ଗତ ୫ ବର୍ଷରେ ପାଣିରେ ବୁଡ଼ି ୯ ହଜାର ମୃତ

ଭୁବନେଶ୍ୱର: ନଦୀ, କେନାଲ ଏବଂ ସମୁଦ୍ରରେ ବୁଡ଼ି ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ଯାଉଛି । ଗତ ୫ ବର୍ଷରେ ପାଣିରେ ବୁଡ଼ି ଯିବା ଯୋଗୁ ଓଡ଼ିଶାରୁ ପ୍ରାୟ୯ ହଜାର ଲୋକ ମରିଛନ୍ତି । ଏହି ଚିନ୍ତାଜନକ ପରିସଂଖ୍ୟନକୁ ଗୁରୁତର ସହ ନେଇଛନ୍ତି ସରକାର । ନିଷ୍ପତ୍ତି ନେଇଛନ୍ତି, ଏଣିକି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ପହଁରା ଶିଖାଯିବ । ଏହାସହ ଜଳାଶୟର ବିପଦସଂକୁଳ ପଏଣ୍ଟରେ ଲାଇଫ୍‌ ଗାର୍ଡ ମୁତୟନ କରାଯିବ ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ରିଲିଫ୍‌ କମିଶନର ପଦ୍ମନାଭ ବେହେରା ରହି ପାଣିରେ ବୁଡ଼ି ମୃତ୍ୟୁର କାରଣ ଓ ପ୍ରତିକାରାତ୍ମକ ପଦକ୍ଷେପ ନେଇ ଆଲୋଚନା କରିଥିଲେ । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପାଣିରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ । ଆଗାମୀ ଦିନରେ ସହରଠୁ ଗାଁ ଯାଏ ବ୍ୟାପକ ଜନସେଚତନତା ସୃଷ୍ଟି କରାଯିବ । ଭୌଗୋଳିକ ସ୍ଥିତି ଓ ଜଳାଶୟର ପ୍ରକୃତି ଆଧାରରେ ତଥ୍ୟ ବିଶ୍ଲେଷଣ କରାଯାଇ ବିପଦପୂର୍ଣ୍ଣ ସ୍ଥାନ ବା ବୁଡ଼ି ପ୍ରବଣ ବ୍ଲାକ୍‌ ସ୍ପଟ୍‌କୁ ଚିହ୍ନଟ କରାଯିବ । ସେଠାରେ ସତର୍କ ସଙ୍କେତ, ସୁରକ୍ଷା ରେଲିଂ, ବ୍ୟାରିକେଡ୍‌ କରାଯିବ । ଖୋଲା କୂଅରେ ଆବରଣଯୁକ୍ତ ତାରଜାଲି ବିଛାଯିବ ।
ପ୍ରତି ଗ୍ରାମ ପଞ୍ଚାୟତରେ ଅତିକମ୍‌ରେ ଜଣେ କି ଦୁଇଜଣଙ୍କୁ ଜୀବନ ରକ୍ଷକ (ଲାଇଫ୍‌ଗାର୍ଡ) ଭାବେ ପ୍ରଶିକ୍ଷଣ ଦିଆଯିବ । ପର୍ଯ୍ୟଟନସ୍ଥଳୀରେ ଥିବା ଜଳାଶୟରେ ଲାଇଫ୍‌ଗାର୍ଡ ମୁତୟନ କରାଯିବ । ଏନ୍‌ସିସି, ସିଭିଲ ଡିଫେନ୍ସ ଓ ଯୁବ ସଂଗଠନର ସ୍ୱେଚ୍ଛାସେବୀଙ୍କୁ ଜଳରୁ ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ନେଇ ପ୍ରଶିକ୍ଷଣ ଦିଆଯିବ । ଏହି ଅଭିଯାନକୁ ସଫଳ କରିବା ପାଇଁ ଅଗ୍ନିଶମ ସେବା, ପୁଲିସ, ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନର, ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଭାବେ ଏକ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    ଶ୍ରୀମଦ୍ ଭାଗବତ ସପ୍ତାହ ଉଦଯାପିତ

    ନିମାପଡ଼ା: ନିମାପଡ଼ା ଏନଏସି ୯ ନଂ ୱାର୍ଡ ଅଣ୍ଢିଆସାହି ମା’ ଦକ୍ଷିଣେଶ୍ୱରୀଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ ଉତ୍ସବକୁ ବାବାଜୀ ବୈକୁଣ୍ଠ ଦାସ ମହାରାଜ ଉଦ୍ଘାଟନ କରିଥିଲେ। ମା’ ଦକ୍ଷିଣେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ…

    Continue reading
    ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

    ନିମାପଡ଼ା: ଏହି ବ୍ଲକ ଡେଣୁଅଁ ପଂଚାୟତ ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମ ବାବା ବଟେଶ୍ଵର ଛକ ନିକଟରେ ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ,ହୁଳହୁଳି, ମନ୍ତ୍ର ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ