ଗଳିପଡ଼ିଲା କୋରାପୁଟ ସାଂସଦଙ୍କ ଛାତ

କୋରାପୁଟ: କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିିଛି। ଦିଲ୍ଲୀରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ମିଳିଥିବା କ୍ୱାଟର୍ସର ଛାତ ଭୁଶୁଡ଼ି ପଡ଼ିବା ପରେ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି।ସେ ସମୟର ଏକ ଭିଡିଓକୁ ସାଂସଦ ତାଙ୍କ ଟ୍ବିଟର୍‌ରେ ପୋଷ୍ଟ୍‌ କରି ନିଜର ସମସ୍ୟା କହିଛନ୍ତି। ଦିଲ୍ଲୀ ସାଉଥ୍ ଆଭେନ୍ୟରେ ଥିବା ତାଙ୍କ ଘରର ଛାତ ଗଳିପଡ଼ିବାରୁ ଚିନ୍ତାରେ ସାଂସଦ।ସେ ଏକ ଏକ୍ସ ପୋଷ୍ଟ୍‌ରେ ଭିଡିଓ ସହ ଲେଖିଛନ୍ତି, ‘‘ଦୁର୍ଘଟଣା ଟଳିଗଲା। ମୋର ସାଉଥ୍ ଆଭେନ୍ୟୁ ଶୟନ କକ୍ଷର ଛାତଟି ଭୁଶୁଡ଼ି ପଡ଼ିଛି। ଆମର ଛୋଟ ପିଲା ଅଛନ୍ତି, କିଛି ବି ହୋଇପାରେ। ମାନ୍ୟବର ବାଚସ୍ପତିଙ୍କୁ ଏକ ଉପଯୁକ୍ତ ବାସସ୍ଥାନ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ କ୍ୱାର୍ଟରରେ ସୁରକ୍ଷା ସୁନିଶ୍ଚିତ କରିବାକୁ ମୋର ଅନୁରୋଧ।’’

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ