
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ର ବିଭିନ୍ନ ଗାଁ ମାନଙ୍କରେ ଦିନ ଦ୍ବିପ୍ରହରରେ ଗାଁ ରାସ୍ତାରେ ବୁଲୁଛି ଦନ୍ତାହାତୀ। ଏହି କ୍ରମରେ ନୂଆଁଡିହି ଫରେଷ୍ଟ ସେକ୍ସନ ଅଞ୍ଚଳ ମହାସିନ୍ଧୁ ଗ୍ରାମରେ ଆଜକୁ ୩ ଦିନ ହେବ ଦନ୍ତାହାତୀ ବୁଲୁଛି।ଦିନରାତି ସବୁବେଳେ ଦନ୍ତାହାତୀଟି ରହି ଉପଦ୍ରବ କରୁଛି। ଲୋକମାନେ ଦାଣ୍ଡ ଦୁଆରକୁ ବାହାରିବାକୁ ଭୟ କରୁଛନ୍ତି।ବନ କର୍ମଚାରୀ ଓ ଗ୍ରାମବାସୀ ମିଶି ଘଉଡ଼ାଉ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛନ୍ତି। ହାତୀଟି ଅନ୍ୟତ୍ର ଯାଉନ ଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାତିରେ ଭୟରେ କେହି ଶୋଉ ନାହାନ୍ତି। ଘରକୁ ରକ୍ଷା କରିବାକୁ ଘର ସମ୍ମୁଖରେ ବସି ରହୁଛନ୍ତି । ଯଥାଶୀଘ୍ର ଟ୍ରାଙ୍କୁଲାଇଜ କରି ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଗ୍ରାମବାସୀ ତରଫରୁ ଦାବି କରା଼ଯାଉଅଛି ।


