
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଶନିବାର ଭାରତୀୟ କ୍ରିକେଟ ଟିମ ଘୋଷଣା କରାଯାଇଛି । ଶୁବମନ ଗିଲଙ୍କୁ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ରିଷଭ ପନ୍ତଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଘୋଷିତ ଭାରତୀୟ ଟିମରେ ଜୟସ୍ୱାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନୁ୍ୟ ଇଶ୍ୱରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଧୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ପ୍ରମୁଖ ଖେଳାଳି ସାମିଲ ଅଛନ୍ତି । ଏହାଛଡ଼ା ପ୍ରସିଦ୍ଧ କ୍ରୀଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ମଧ୍ୟ ଘୋଷିତ ଟିମରେ ସାମିଲ ଅଛନ୍ତି ।
ସିରିଜରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ଆଉଟ୍ ହୋଇଛନ୍ତି ।ସାମ୍ବାଦିକ ସମ୍ମିଳନୀ କରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ ସହ ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ।



