ଗୁଣ୍ଡାରାଜ ବିରୋଧରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର : ବିଜେପିକୁ ଟାର୍ଗେଟ କଲା ବିଜେଡି । ରାୟଗଡା ଜିଲ୍ଲାରେ ବିଜେପି ଜିଲ୍ଲା ସଭାପତିଙ୍କ ଗୁଣ୍ଡାରାଜ ବିରୋଧରେ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସବକା ସାଥ ସବକା ବିକାଶ ନାରା ଦେଇ ସରକାରକୁ ଆସିଥିଲା ବିଜେପି। ଓଡ଼ିଶାରେ ସରକାରକୁ ଆସିବା ପରେ କିଭଳି ଭାବେ ମହିଳା ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ଓ ଶୋଷଣ ଚାଲିଛି। ବିଭିନ୍ନ ସ୍ଥାନରେ ଅଫିସରଙ୍କ ଉପରେ ଚାପ ପ୍ରୟୋଗ କରି ଭୟ ସୃଷ୍ଟି କରାଯାଉଛି। ପ୍ରଶାସନକୁ କବଜାକୁ ନେଵାକୁ ବିଜେପି ଆତଙ୍କରାଜ ଚଳାଇଛି। ମାସକ ତଳେ ବିଜେପି ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଗଲା। ବିଜେପି ଜିଲ୍ଲା ସଭାପତି ରାୟଗଡାର ଗୋପୀ ଆନନ୍ଦ ଯେ କି ଜଣେ ଓକିଲ । ସେ ସାଧାରଣ ଲୋକ, ବ୍ୟବସାୟୀକୁ ଧମକାଇ ଟଙ୍କା କଲେକ୍ସନ କରୁଛନ୍ତି। ପାର୍ଟି ଓ୍ବିଥ୍ ଡିଫରେନ୍ସ କହୁଥିବା ବିଜେପିର ପଦାଧିକାରୀ କଲେକ୍ସନରେ ମାତିଛନ୍ତି। ପ୍ରତ୍ୟେକ ଗହଣା ଦୋକାନରୁ ଏକ ଲକ୍ଷ ଟଙ୍କା । ମିଲରସ ମାନଙ୍କ ଠାରୁ ୨ ଲକ୍ଷ, ଶିଳ୍ପସଂସ୍ଥାଠାରୁ ୫ ଲକ୍ଷ ଧମକାଇ ଆଦାୟ କରୁଛନ୍ତି ଜିଲ୍ଲା ସଭାପତି । ବ୍ୟବସାୟୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଲେଖି ସୁରକ୍ଷା ମାଗିଛନ୍ତି। ଏହା ବିଜେପିର ଚିତ୍ର ଓ ଚରିତ୍ର। କିଛି ଦିନ ତଳେ ଏଡିଏମଙ୍କୁ ଜିଲ୍ଲା ସଭାପତି ଓ ସମ୍ପୂର୍ଣ୍ଣ ବିଜେପି ୟୁନିଟ ଧମକ ଚମକ ଦେଇ ଅଶାଳୀନ ବ୍ୟବହାର କରି ଡକ୍ୟୁମେଣ୍ଟ ମଗାଯାଇଥିଲା। ଯାହା କହୁଛୁ କର ବୋଲି ଧମକ ଦିଆଯାଉଛି। ବିଜେଡି ଏହାକୁ ନିନ୍ଦା କରୁଛି । ଏହାର ଉଚିତ ଜବାବ ଦିଆଯିବ। ବିଜେଡି ବ୍ୟବସାୟୀମାନଙ୍କୁ ସୁରକ୍ଷା ଦେବ। ଯେଉଁ ପତ୍ର ବ୍ୟବସାୟୀ ସଙ୍ଘ ଲେଖିକି ଦେଇଛି ତା ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ଓ ଜିଲ୍ଲା ସଭାପତିଙ୍କୁ ପଦରୁ ବହିଷ୍କାର କରି ଜେଲରେ ଭର୍ତ୍ତି କରାଯାଉ ବୋଲି ଦାବି ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ