ଗୃହିଣୀମାନଙ୍କ ପାଇଁ କିଛି ଜରୁରି ଟିପ୍ସ

ରୋଷେଇ ଘର ବିଷୟରେ ଯେତେ ଜ୍ଞାନ ଅର୍ଜିଲେ କମ୍ ହେବ । ବିଭିନ୍ନ ସମୟରେ ଘର କରଣା ଜିନିଷକୁ ସାଇତି ରଖିବା ଏତେ ସହଜ ହୋଇନଥାଏ । ଅବଶ୍ୟ ଯଦି ଆମେ କିଛି କିଛି ଟିପ୍ସ ଜାଣିବା, ତାହା ଆମ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇପାରେ । ଖାସ କରି ଗୃହିଣୀମାନଙ୍କ ପାଇଁ କିଛି ଜରୁରି ଟିପ୍ସ ।
୧. ପ୍ରାୟ ଘରେ ତେନ୍ତୁଳି ଏକ ଖୁବ ଆବଶ୍ୟକୀୟ ସାମଗ୍ରୀ । ତେଣୁ ଏହାକୁ ସଂରକ୍ଷିତ କରିବାକୁ ହେଲେ ପ୍ରଥମେ ବଜାରରୁ ଆଣିଥିବା ମଞ୍ଜିଛଡ଼ା ତେନ୍ତୁଳିକୁ ଭଲ ଭାବେ ଲୁଣ ଦେଇ ରଖନ୍ତୁ । ଲୁଣ ଦେବା ପରେ ଏହାକୁ ଏକ ଏୟାର ଟାଇଟ କଣ୍ଟେନରେ ରଖିଦିଅନ୍ତୁ । ଏହା ବର୍ଷେ ଯାଏଁ ସୁରକ୍ଷିତ ରହିପାରିବ ।
୨. ବଜାରରେ ମିଳୁଥିବା ଦେଶୀ ଘିଅ କେତେଶୁଦ୍ଧ? ଏହା ଜାଣିବା ପାଇଁ ପ୍ରଥମେ ଏକ ମାଟି ପାତ୍ର ନିଅନ୍ତୁ । ଏହାର ଗୋଟିଏ ପଟେ ଘରୋଇ ଦେଶୀ ଘିଅ ଓ ଅନ୍ୟ ପଟେ ବଜାରରୁ ଆଣିଥିବା ଘିଅ ଲଗାନ୍ତୁ । ଏକ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଘିଅ ଶୁଖିଯିବା ପରେ ଆପଣ ଉଭୟରେ ଥିବା ଫରକକୁ ଜାଣିପାରିବେ । ଘରୋଇ ଦେଶୀ ଘିଅ ମାଟି ପାତ୍ରରେ ମିଶିଯିବ କିନ୍ତୁ ବଜାରରୁ ଆଣିଥିବା ଘିଅ ମାଟି ପାତ୍ରରେ ଏକ ଧଳାର ଆସ୍ତରଣ ଛାଡ଼ିଥାଏ ।
୩. ପୁରି ବା ପକୋଡି ଛାଣିବା ପୂର୍ବରୁ ତେଲ ଗରମ ହେବା ସମୟରେ ଏଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ । ତା ପରେ ଛାଣନ୍ତୁ । ଏପରି କରିବା ଦ୍ୱାରା ଛଣା ଜିନିଷରେ ଅଧିକ ତେଲ ରହିବ ନାହିଁ । ଫଳରେ ଆପଣଙ୍କ ଛଣା ଖାଦ୍ୟ ସ୍ୱାସ୍ଥ୍ୟକର ହେବା ସହ ତେଲ ମଧ୍ୟ ସଞ୍ଚୟ ହୋଇଥାଏ ।
୪. ବର୍ଷା ଦିନେ ରୋଷେଇ ଘର ପିମ୍ପୁଡ଼ି ବା ଜନ୍ଦା ଧାଡ଼ି ଲାଗିଥାନ୍ତି । ଯେଉଁଠାରେ ପିମ୍ପୁଡି ବା ଜନ୍ଦା ହୋଇଥିବେ ସେଠାରେ ସାମାନ୍ୟ ହଳଦୀ ଗୁଣ୍ଡ ଛିଞ୍ଚି ଦିଅନ୍ତୁ । ଦେଖିବେ ୧୫ / ୨୦ ମିନିଟ ପରେ ସେଠାରେ ଜନ୍ଦା ପିମ୍ପୁଡ଼ି କେହି ରହିବେ ନାହିଁ ।
୫. ଯଦି ଆପଣଙ୍କର ଓଜନ ଅଧିକ ବଢ଼ୁଥାଏ । ତେବେ ଖାଲି ଗହମ ଅଟା ପରିବର୍ତ୍ତେ ଅଧା ଗହମ ଓ ଅଧା ପ୍ଲେନ ଓଟ୍ସ ଅଟା ମିଶାଇ ରୁଟି ପ୍ରସ୍ତୁତ କରନ୍ତୁ । ଏହା ଖାଇବାକୁ ସ୍ୱାଦିଷ୍ଟ ଲାଗିବା ସହ ଓଜନକୁ ମଧ୍ୟ ନିୟନ୍ତ୍ରିତ ରହିଥାଏ ।

  • Related Posts

    ଖାଇବା ସମୟରେ ଏହି ଲକ୍ଷଣ ଦେଇଥାଏ କ୍ୟାନ୍ସରର ସଙ୍କେତ

    ଅନେକ ପ୍ରକାର କ୍ୟାନ୍ସରରେ ପ୍ରାରମ୍ଭିକ ପର୍ୟ୍ୟାୟରେ କୌଣସି ଗମ୍ଭୀର ଲକ୍ଷଣ ନଜର ଆସିନଥାଏ । କିନ୍ତୁ ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ କ୍ୟାନ୍ସର ହୋଇଛି ବୋଲି ଜାଣିହେବ ଏବଂ ସଠିକ୍ ସମୟରେ ଚିକିତ୍ସା କରିହେବ । ଯଦି ଆପଣ ଧ୍ୟାନ…

    Continue reading
    ଏହି ଆଠଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

    ଅନେକ ସମୟରେ ଆପଣ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବେ। ଯାହାକୁ ଆପଣ ଅଣଦେଖା କରିଥାଆନ୍ତି। ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇନଥାଆନ୍ତି, କିନ୍ତୁ ଏପରି କଲେ ଆପଣଙ୍କ ଯନ୍ତ୍ରଣା ଗୁରୁତର ହେବାର ଆଶଙ୍କା ରହିଛି। ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ