ଗୋଟିଏ ମଞ୍ଚରେଏକାଠି ହେଲେ ୩ ମହାଶକ୍ତି

ବେଜିଂ: ଚାଇନାର ତିଆଞ୍ଜିନ୍‌ରେ SCO ସମ୍ମିଳନୀ ଆରମ୍ଭ ହୋଇଛି। ଏହି ମହାସମ୍ମିଳନୀରେ ଏକାଠି ହୋଇଛନ୍ତି ୩ ମହାଶକ୍ତି। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକାଠି ହୋଇଛନ୍ତି। ଏହି ୩ ନେତା ପରସ୍ପର ସହ ହାତ ମିଳାଇ ଅଭିନନ୍ଦନ ଜଣାଇଛନ୍ତି।

ଉକ୍ତ ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ମୋଦି। ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି କହିଛନ୍ତି ମୋଦି। ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ। କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି। ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏହାର ଉଦାହରଣ। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ।

ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଭାରତ ଓ ଚାଇନା ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ପ୍ରାୟ ୪ ବର୍ଷ ପରେ ୨୦୨୪ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ରୁଷିଆରେ ପରସ୍ପରକୁ ଭେଟିଥିଲେ। ଏହା ପରେ ରବିବାର ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ସୀମା ବିବାଦ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୀମାପାର ଆତଙ୍କବାଦକୁ ନେଇ ରହିଥିବା ଆହ୍ବାନ ପ୍ରସଙ୍ଗ ଉଠାଇବା ସହ ଭାରତ ଓ ଚାଇନା ଏହାର ମୁକାବିଲା ପାଇଁ ପରସ୍ପରକୁ ସହଯୋଗ କରିବା ଉଚିତ ବୋଲି ମତ ଦେଇଛନ୍ତି। ମୋଦି କହିଛନ୍ତି, ସୀମାପାର ଆତଙ୍କବାଦ ପରିପ୍ରେକ୍ଷୀରେ ବର୍ତ୍ତମାନର ଏସ୍‌ସିଓ ସମିଟ୍‌ ପରିପ୍ରେକ୍ଷୀରେ ଆମେ ଚାଇନାଠାରୁ ସହଯୋଗ ପାଇଛୁ। ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଉଭୟ ପକ୍ଷଙ୍କ ସିଦ୍ଧାନ୍ତ ଭବିଷ୍ୟତରେ ସହାୟକ ହେବ। ଏହି ସମ୍ପର୍କ ଭାରତ ଓ ଚାଇନାର ୨.୮ ବିଲିୟନ୍‌ ଲୋକଙ୍କୁ ସୁବିଧା ଦେବ। ଏହି ଅବସରରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ସମ୍ପର୍କ ବୃଦ୍ଧି ପାଇଁ ୪ଟି ପ୍ରସ୍ତାବ ଦେଇଛନ୍ତି। ସେଗୁଡ଼ିକ ହେଲା ରଣନୈତିକ ଯୋଗାଯୋଗକୁ ସୁଦୃଢ଼ କରି ପାରସ୍ପରିକ ଆସ୍ଥାକୁ ମଜଭୁତ କରିବା, ପାରସ୍ପରିକ ଲାଭ ହାସଲ ପାଇଁ ବିନିମୟ ଓ ସହଯୋଗକୁ ବିସ୍ତାର କରିବା, ପରସ୍ପରର ଅସୁବିଧା ଦୂରକରିବା ଏବଂ ସମାନ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ପାରସ୍ପରିକ ସହଯୋଗକୁ ଆଗକୁ ବଢ଼ାଇବା। ଏହି ସମସ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ମୋଦି ସକାରାମତ୍କ ଭାବେ ଗ୍ରହଣ କରିଛନ୍ତି। ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ଆଣିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

  • Related Posts

    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading
    ୪୫ ଦିନିଆ ଅସ୍ତ୍ରବିରତି ନେଇ ଇରାନ-ଆମେରିକା ମଧ୍ୟରେ ଆଲୋଚନା ଜାରି

    ୱାସିଂଟନ/ତେହେରାନ: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ସୋମବାର ଏକ ବିବୃତି ଜାରି କରି ଚେତାବନୀ ଦେଇଛି ଯେ, ଯଦି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ବେସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରନ୍ତି ତେବେ ଆମେ ଅଧିକ ଭୟଙ୍କର ଭାବେ ଜବାବ ଦେବୁ। ଏହି ଚେତାବନୀ ଏପରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ