ଗୋଲ୍ଡି ଆତ୍ମହତ୍ୟା ମାମଲାରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ବି କେ ମନୀଷା ଓରଫ୍ ଗୋଲ୍ଡିଙ୍କ ଆତ୍ମହତ୍ୟା ମାମଲାରେ ପାହାଳ ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି । ସେ ହେଲେ, ସୂର୍ଯ୍ୟନାରାୟଣ ଜେନା(୨୮)। ଘର କଟକ ଜଗତପୁର ଥାନା ଅଧୀନ ନୂଆସାହିରେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଘଟଣାର ପୂର୍ବଦିନ କୌଣସି କାରଣକୁ ନେଇ ଗୋଲ୍ଡିଙ୍କ ସହ ସୂର୍ଯ୍ୟଙ୍କର ପ୍ରବଳ ଝଗଡ଼ା ହୋଇଥିଲା । ଯାହାକୁ ସହିନପାରି ଗୋଲ୍ଡି ଜୀବନ ହାରିଦେଲେ । ପୁଲିସ ବିଏନ୍ଏସ୍ ଦଫା ୧୦୮(ଆତ୍ମହତ୍ୟା ପାଇଁ ଉସୁକାଇବା) ରେ ସୂର୍ଯ୍ୟଙ୍କୁ କୋର୍ଟଚାଲାଣ କରିଛି ।
୨୦୧୪ରୁ ଗୋଲ୍ଡି ଭୁବନେଶ୍ୱରରେ ରହୁଥିଲେ । ୨୦୨୪ ନଭେମ୍ବର ୨୬ରେ କଟକର ବିଏନ୍ ସନ୍ ରେଷ୍ଟୁରାଣ୍ଟରେ ଉଭୟଙ୍କର ପ୍ରଥମ ଭେଟ ହୋଇଥିଲା । ସେମାନଙ୍କ ଭିତରେ ବନ୍ଧୁତା ଘନିଷ୍ଠ ହେବାରୁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଉଭୟଙ୍କ ପରିବାର ବିବାହରେ ରାଜି ହେଲେନି । ୨୦୨୫ ଜାନୁଆରୀ ୨୮ରେ କଟକ ମଙ୍ଗୁଳିର ବିରୁପାକ୍ଷ ମନ୍ଦିରରେ ଉଭୟେ ବିବାହ କରିଥିଲେ । ଉଭୟେ ଲେନ୍ ନମ୍ବର-୩ର ବିଷ୍ଣୁ ବିହାରରେ ଏକାଠି ରହୁଥିଲେ । ଗୋଲ୍ଡି ଏକ ନାମୀ ହୋଟେଲରେ ଏଚ୍ଆର ମ୍ୟାନେଜର ଥିଲେ । ପ୍ରାୟ ଆଠ ମାସ ପୂର୍ବରୁ ଚାକିରି ହରାଇଲେ । ଆର୍ଥିକ ସ୍ଥିତିକୁ ନେଇ ସେ ମାନସିକ ଅବସାଦରେ ରହୁଥିଲେ । ସେ ସୂର୍ଯ୍ୟଙ୍କୁ ନ ଜଣାଇ ଅନେକ ରାତିରେ ବାହାରକୁ ଯାଉଥିଲେ । ୨୪ ତାରିଖ ରାତିରେ ସେ ବିଳମ୍ବିତ ରାତିରେ ଘରକୁ ଫେରିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ