ଗୌରୀ ସ୍ପ୍ରେଟଙ୍କୁ ବିବାହ କଲେ ଆମିର ଖାନ

ମୁମ୍ବାଇ:ବଲିଉଡ୍‌ ଅଭିନେତା ଆମିର ଖାନ ୬୧ ବର୍ଷ ବୟସରେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଦୁଇଟି ବିବାହ ବିଚ୍ଛେଦ ପରେ ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ଏକ ପଞ୍ଜିକୃତ ବିବାହରେ ବିବାହ କରିଥିବା ସୂଚନା ମିଳିଛି। ମୁମ୍ବାଇର ବାନ୍ଦ୍ରାସ୍ଥିତ ପାଲି ହିଲ୍‌ରେ ଥିବା ଆମିରଙ୍କ ବାସଭବନରେ ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ଦିନ ୧୨ଟା ୪୫ ମିନିଟ୍‌ରେ ଉଭୟ ବିବାହ ପଞ୍ଜିକରଣ ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ସମୟରେ ଆମିରଙ୍କ ପୁଅ ଆଜାଦ ଓ ଗୌରୀଙ୍କ ପୂର୍ବ ବିବାହର ପୁଅ ମଧ୍ୟ ଉପସ୍ଥିତ ଥିଲେ। ଶିଳ୍ପପତି ମୁକେଶ ଅମ୍ବାନୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସମେତ କିଛି ଘନିଷ୍ଠ ବନ୍ଧୁ ଏହି ଅବସରରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି।ଆମିର ଖାନଙ୍କ ବ୍ୟକ୍ତିଗତ ଜୀବନ ସଦା ଚର୍ଚ୍ଚାରେ ରହିଛି। ପ୍ରଥମେ ସେ ରୀନା ଦତ୍ତଙ୍କୁ ବିବାହ କରିଥିଲେ।ଏହି ବିବାହରୁ ତାଙ୍କର ଦୁଇ ସନ୍ତାନ ଜୁନୈଦ ଓ ଇରା ଖାନ ଅଛନ୍ତି। ପ୍ରାୟ ୧୫ ବର୍ଷର ଦାମ୍ପତ୍ୟ ଜୀବନ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।ପରବର୍ତ୍ତୀ ସମୟରେ ଆମିର ଚଳଚ୍ଚିତ୍ର ନିର୍ଦ୍ଦେଶକ କିରଣ ରାଓଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ପୁଅ ଆଜାଦ ରହିଛନ୍ତି। ୨୦୨୧ ମସିହାରେ ଉଭୟ ଅଲଗା ହେବାର ଘୋଷଣା କରିଥିଲେ ମଧ୍ୟ ସନ୍ତାନର ଲାଳନପାଳନ ଓ ପେସାଗତ କ୍ଷେତ୍ରରେ ସହଯୋଗ ଜାରି ରଖିଥିଲେ।ବର୍ତ୍ତମାନ ଗୌରୀ ସ୍ପ୍ରେଟଙ୍କ ସହ ଆମିରଙ୍କ ବିବାହ ତାଙ୍କ ବ୍ୟକ୍ତିଗତ ଜୀବନରେ ଏକ ନୂଆ ଅଧ୍ୟାୟ ବୋଲି ଦେଖାଯାଉଛି। ଗୌରୀ ମଧ୍ୟ ଛାଡ଼ପତ୍ରପ୍ରାପ୍ତ ଏବଂ ତାଙ୍କର ପୂର୍ବ ବିବାହରୁ ଏକ ପୁଅ ରହିଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ