ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର କଲେ ଶୁଭଫଳ ମିଳିଥାଏ, ଜାଣନ୍ତୁ ସେ ସମ୍ପର୍କରେ…
* କଦାପି ଭାଙ୍ଗି ଯାଇଥିବା ଝାଡ଼ୁକୁ ବ୍ୟବହାର କରିବେ ନାହିଁ। ଏହାଦ୍ବାରା ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ।
* ଶନିବାର ଦିନ ନୂଆ ଝାଡ଼ୁ କିଣି ବ୍ୟବହାର କଲେ ଶୁଭଫଳ ମିଳିଥାଏ।
* ଝାଡ଼ୁକୁ ସର୍ବଦା ଘରର ଦକ୍ଷିଣ ଦିଗ ଅଥବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଆବଶ୍ୟକ।
* ରୋଷେଇ ଘରେ କିମ୍ବା ଆଲମାରି ନିକଟରେ ଝାଡ଼ୁ ରଖିଲେ ଧନହାନି ହେବା ସହ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ବୋଲି ବିଶ୍ୱାସ ରହିଛି।
* କୁହାଯାଏ, ସୂର୍ଯ୍ୟାସ୍ତ ପରେ ଘର ଝାଡ଼ୁ କଲେ ମହାଲକ୍ଷ୍ମୀ ରୋଷ କରିଥାନ୍ତି। ତେଣୁ ସର୍ବଦା ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡ଼ୁ କରିବା ଆବଶ୍ୟକ।
* ସେହିପରି ଝାଡ଼ୁ କରିବା ସମୟରେ ଘରୁ ବାହାରୁଥିବା ଅଳିଆକୁ ଦାଣ୍ଡଦୁଆରେ ବେଶୀ ସମୟ ଗଦେଇ ରଖିବେ ନାହିଁ। ଏହାବି ଘରର ଐଶ୍ୱର୍ଯ୍ୟରେ ବାଧା ସୃଷ୍ଟି କରିଥାଏ।
* ଘରେ ଯଦି ଏକାଧିକ ଝାଡୁ ରହିଛି; ତା’ହେଲେ ସେ ସବୁକୁ ଏକାଠି ଗୋଟେ ସ୍ଥାନରେ ନ ରଖି ଅଲଗା ଅଲଗା ସ୍ଥାନରେ ରଖିବା ଆବଶ୍ୟକ। ନଚେତ୍ ଘରେ କଳହ ଲାଗିଥାଏ ବୋଲି ଲୋକବିଶ୍ୱାସ ରହିଛି।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




