ପାରାଙ୍କୁ ସୁଖଶାନ୍ତିର ପ୍ରତୀକ ବୋଲି କୁହାଯାଏ। ସକାଳେ ସନ୍ଧ୍ୟାରେ ସେମାନଙ୍କୁ ଖାଇବାକୁ ଦେଲେ ଘରେ ସମୃଦ୍ଧି ବଢ଼େ ବୋଲି ବିଶ୍ୱାସ କରାଯାଏ। ଆଉ ବେଳେବେଳେ ଦେଖାଯାଏ, ଘରର ବାଲକୋନିରେ ହେଉ କି ପୋର୍ଟିକୋରେ ପାରା ଆସି ବସା ବାନ୍ଧିଥାନ୍ତି ଏବଂ ସେଠାରେ ଅଣ୍ଡା ବି ଦେଇଥାନ୍ତି। ଏହା ମଧ୍ୟ ଅନେକ ଶୁଭ ସୂଚନା ଦେଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଯେମିତି କି, ଆଗକୁ ଘରେ କାହାର ବାହାଘର ହେବାକୁ ଯାଉଛି ଅଥବା କାହାର ପିଲାପିଲି ହେବାର ଅଛି କିମ୍ବା ଅନ୍ୟ କୌଣସି ଶୁଭଖବର ଆସିବାର ଅଛି। ସେହିପରି ଘରର ବାଲକୋନିରେ ପାରା ଆସି ଅଣ୍ଡା ଦେଲେ, ପରିବାର ସଦସ୍ୟଙ୍କର ଯଦି କାହାର କିଛି ମନୋସ୍କାମନା ରହିଥାଏ, ତାହା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ଏହା ସଙ୍କେତ ଦେଇଥାଏ। କହିବାକୁ ଗଲେ ଗୃହସ୍ଥଙ୍କ ଘରେ ପାରା ଅଣ୍ଡା ଦେବା ସର୍ବଦା ସକାରାତ୍ମକ ସୂଚନା ପ୍ରଦାନ କରିଥାଏ। କିନ୍ତୁ କୌଣସି କାରଣ ବଶତଃ ଯଦି ପାରା ଦେଇଥିବା ଅଣ୍ଡା ଫାଟିଯାଏ, ତା’ହେଲେ ଏହା ଘର ପାଇଁ ବିପଦ ଆସୁଥିବାର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।
ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ
ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…


