ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଜନଗଣନା କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ସ୍କୁଲ ସହ ସବୁ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ଜନଗଣନା କାର୍ଯ୍ୟ କରିବାକୁ ବାଧ୍ୟ । କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ ଶିକ୍ଷକମାନଙ୍କୁ ଜନଗଣନା କାର୍ଯ୍ୟ ପାଇଁ ଛାଡୁନଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜନଗଣନା କାର୍ଯ୍ୟ ହେଉଛି ‘ଜନଗଣନା ଅଧିନିୟମ, ୧୯୪୮’ ଅନୁଯାୟୀ ଏକ ସାମ୍ବିଧାନିକ ଦାୟିତ୍ୱ । ଏଥିରେ ସହଯୋଗ କରିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ବାଧ୍ୟତାମୂଳକ । କୌଣସି ପ୍ରକାର ଅବହେଳା ବା ବାଧା ସୃଷ୍ଟି କଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯିବା ସହିତ ଜନଗଣନା ଡ୍ୟୁଟି ପାଇଁ ମନୋନୀତ ହୋଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ତୁରନ୍ତ ଛାଡ଼ିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି ।
ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର
ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…




