ଘାଟିକିଆ ମୌଜା ଜମି ରେକର୍ଡର ଅସଙ୍ଗତି ଦୂର

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଘାଟିକିଆ ମୌଜାର କେ-୭ ଅଞ୍ଚଳର ବନ୍ଦୋବସ୍ତ ରେକର୍ଡରେ ଥିବା ଅସଙ୍ଗତିକୁ ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାଫଳରେ ଆବଣ୍ଟନ ସମ୍ପର୍କିତ ଅନାବଶ୍ୟକ ଅସୁବିଧା ଭୋଗୁଥିବା ପ୍ରକୃତ ଆବଣ୍ଟନଗ୍ରହୀତାମାନେ ସହଜରେ ସେବା ଓ ସୁବିଧା ପାଇପାରିବେ।

କଳିଙ୍ଗନଗର ପ୍ଲଟେଡ ଡେଭଲପମେଣ୍ଟ ସ୍କିମ୍ ଅଧୀନରେ ଘାଟିକିଆ ମୌଜାରେ ଗତ ୧୯୯୧ ମସିହାରେ ଆବାସିକ ପ୍ଲଟ ଆବଣ୍ଟନ କରାଯାଇଥିଲା। ଆବଣ୍ଟନଗ୍ରହୀତାମାନଙ୍କ ମାମଲାଗୁଡିକର ପ୍ରକ୍ରିୟାକରଣ ସମୟରେ ଏହି ସମସ୍ୟା ବିଡିଏର ନଜରକୁ ଆସିଥିଲା। ପ୍ଲଟଗୁଡ଼ିକ ସରଜମିନରେ ସଠିକ ରହିଥିବା ଓ ଚିହ୍ନଟ କରିହେଉଥିଲେ ସୁଦ୍ଧା ବନ୍ଦୋବସ୍ତ ରେକର୍ଡରେ ଥିବା ଅମେଳ ଯୋଗୁଁ କର୍ତ୍ତୃପକ୍ଷ ଦ୍ୱାରା ଠିକ୍‌ଭାବେ ଆବଣ୍ଟିତ ପ୍ଲଟର ପରବର୍ତ୍ତୀ ଆବଣ୍ଟନ ସେବା ବେଳେ ଅସୁବିଧା ଉପୁଜୁଥିଲା । ଲିଜ୍ ଡିଡ୍ ଓ ଲିଜ୍‌ହୋଲ୍ଡ ସମ୍ପତ୍ତିକୁ ଫ୍ରିହୋଲ୍ଡରେ ବଦଳାଇବା ପାଇଁ ଆବେଦନ ବେଳେ ମଧ୍ୟ ଏହି ସମାନ ଅସୁବିଧା ଦେଖାଯାଇଥିଲା।

ଆବଣ୍ଟନଗ୍ରହୀତାମାନେ ମାନ୍ୟବର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗଙ୍କୁ ଅଭିଯୋଗ ଶୁଣାଣିରେ ଦେଖାକରି ସେମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।
ଏହି ଅସୁବିଧାର ସୁଧାର କରିବା ପାଇଁ ମାନ୍ୟବର ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଆବଣ୍ଟନଗ୍ରହୀତାମାନଙ୍କୁ ଅପେକ୍ଷା ନ କରି ନିଜ ତରଫରୁ ମାନ୍ୟବର ସଦସ୍ୟ ରାଜସ୍ୱ ପରିଷଦଙ୍କର ଅଦାଲତର ଦ୍ୱାରସ୍ଥ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବଣ୍ଟନଗ୍ରହୀତାମାନଙ୍କ ଆଇନଗତ ସୁବିଧା ନିମନ୍ତେ ବିଡିଏ ପକ୍ଷରୁ ଓକିଲ ନିଯୁକ୍ତ କରାଯାଇଥିଲା।

ଏହି ଅସଙ୍ଗତି ଦୂର କରି ଆବଣ୍ଟନଗ୍ରହୀତାମାନଙ୍କୁ ତ୍ୱରିତ ରାୟ ପ୍ରଦାନ କରିବା ପାଇଁ ମାନ୍ୟବର ସଦସ୍ୟ, ରାଜସ୍ୱ ପରିଷଦ କେ-୭ ସଂକ୍ରାନ୍ତ ମାମଲାର ସାପ୍ତାହିକ ଶୁଣାଣି ଆରମ୍ଭ କରିଥିଲେ ଏବଂ ଅନ୍ତରିଣ ରାୟରେ ଏହାର ମିଳିତ କ୍ଷେତ୍ର ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବିଭାଗମାନଙ୍କର ଏକ ମିଳିତ ଦଳ ଅଗ୍ରାଧିକାର ଭିତ୍ତିରେ କ୍ଷେତ୍ର ପରିଦର୍ଶନ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ସେପ୍ଟେମ୍ବର ୧୦ ତାରିଖରେ 218ଟି ମାମଲାଗୁଡ଼ିକର ପୁନଃ ଶୁଣାଣି କରି ମାନ୍ୟବର ସଦସ୍ୟ, ରାଜସ୍ୱ ପରିଷଦଙ୍କ ଅଦାଲତ ଏହାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ମାନ୍ୟବର ଅଦାଲତ ମିଳିତ ତଦନ୍ତ ରିପୋର୍ଟ ଭିତ୍ତିରେ ଭୁବନେଶ୍ୱର ତହସିଲଦାରଙ୍କୁ ସମ୍ପୃକ୍ତ ମାମଲାଗୁଡ଼ିକରେ ପ୍ଲଟ ଏରିଆ ଓ ନକ୍ସାର ଆବଶ୍ୟକୀୟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ଫଳରେ କେ-୭ ଆବଣ୍ଟନଗ୍ରହୀତାମାନଙ୍କର ଦୀର୍ଘଦିନର ସମସ୍ୟାର ସମାଧାନ ହୋଇଛି। ଏବଂ ସେମାନଙ୍କୁ ଆବଣ୍ଟନ ପରବର୍ତ୍ତୀ ସେବା ଯୋଗାଇଦେବାରେ ଆଉ କୌଣସି ବାଧକ ରହିବ ନାହିଁ।

ଏଥିପାଇଁ ଆବଣ୍ଟନଗ୍ରହୀତାମାନେ ସମୟୋଚିତ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର, ମାନ୍ୟବର ସଦସ୍ୟ ରାଜସ୍ୱ ପରିଷଦ ଏବଂ ନାଗରିକ-କେନ୍ଦ୍ରିତ ସେବା ଓ ପ୍ରତିବଦ୍ଧତା ପାଇଁ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ତଥା ବିଡିଏ ଅଧ୍ୟକ୍ଷ ଏବଂ ବିଡିଏକୁ କୃତଜ୍ଞତା ଜଣାଇଛନ୍ତି। ଏହା ରାଜସ୍ବ ପ୍ରଶାସନକୁ ଅଧିକ ସୁଦୃଢ କରିବାରେ ସହାୟକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସଧାରଣ ପ୍ରଶାସନ ଓ ସଧାରଣ ଅଭିଯୋଗ ବିଭାଗ ତରଫରୁ ସରକାରୀ ଓକିଲ ଶ୍ରୀ ସିଦ୍ଧାର୍ଥ କୁମାର ଦାସ ଓ ବିଡିଏ ପକ୍ଷରୁ ଶ୍ରୀ ରବିନ୍ଦ୍ର କୁମାର ନନ୍ଦ ମାମଲା ପରିଚାଳନା କରିଥିଲେ।

ପରବର୍ତ୍ତୀ ସମୟରେ କେ -୮ ଆବଣ୍ଟନଗ୍ରହୀତା ମାନଙ୍କର ସମାନ ସମସ୍ୟା ସମାଧାନ ଦିଗରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ପଦକ୍ଷେପ ନିଆଯାଉଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ