ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ, ହେଲେ ଫଳାଫଳ ଘୋଷଣା ହେବନାହିଁ

କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ କିନ୍ତୁ ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହେବ ନାହିଁ । ଗତ ଜୁଲାଇ ୨୭ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟ ମାନଙ୍କର ଦସ୍ତଖତ ଯାଞ୍ଚ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ଗୁରୁବାର ଦିନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବାକୁ ଦିନ ଧାର୍ଯ୍ୟ କରିଥିଲେ ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ । ତେବେ ଏହି ଅନାସ୍ଥା ଭୋଟିଂକୁ ବିରୋଧ କରି ସରପଞ୍ଚ ଚାମେଲି ଓଝା, ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି (ମଙ୍ଗଳବାର) ଚାମେଲିଙ୍କ ଅନାସ୍ଥା ଭୋଟିଂର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଜାରି ରହିବ କିନ୍ତୁ ଫଳାଫଳ ଘୋଷଣା କରିପାରିବେ ନାହିଁ ବୋଲି, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।

ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ମହାକାଳପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ୨୧ ଜଣ ୱାର୍ଡ ସଭ୍ୟ ଜୁଲାଇ ୨୩ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଅନାସ୍ଥା ନିର୍ବାଚନ ପ୍ରକ୍ରିୟା ବନ୍ଦ ରଖିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ତିଖିରି ସରପଞ୍ଚ ଚାମେଲି ଓଝା । ତେବେ ନିର୍ବାଚନ ହେବ କିନ୍ତୁ ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ମାନ୍ୟବର ବିଚାରପତି ।

  • Related Posts

    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading
    ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ, ହେଲେ ଫଳାଫଳ ଘୋଷଣା ହେବନାହିଁ

    କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ କିନ୍ତୁ ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହେବ ନାହିଁ । ଗତ ଜୁଲାଇ ୨୭ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ