ଚାମେଲି ଓଝା ମାମଲାରେ NHRC ତଦନ୍ତ, ୫ରେ କେନ୍ଦ୍ରାପଡ଼ା ଆସିବ ୩ ଜଣିଆ ଟିମ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ବିବାଦ ଏବେ ଜାତୀୟ ମାନବାଧିକାର କମିସନ (NHRC) ନିକଟରେ ପହଞ୍ଚିଛି। ଘଟଣାର ତଦନ୍ତ ପାଇଁ ଅକ୍ଟୋବର ୫ରେ କେନ୍ଦ୍ରାପଡ଼ାରେ ଏକ ୩ ଜଣିଆ ଟିମ୍‌ ପହଞ୍ଚିବା ନେଇ ସୂଚନା ମିଳିଛି । ଏନେଇ ଦିଲ୍ଲୀସ୍ଥିତ NHRC କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଥିବା କୁହାଯାଇଛି।

ତଦନ୍ତ ସମୟରେ ଘଟଣା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବ ଟିମ୍‌ । ସୂଚନା ଅନୁସାରେ, ମହାକାଳପଡ଼ା ପୁଲିସ, ବିଡିଓ, ବ୍ଲକ୍‌ କର୍ମଚାରୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଏବଂ ଡାକ୍ତରଙ୍କୁ କମିସନଙ୍କ ଟିମ୍‌ ପଚରାଉଚରା କରିପାରେ। ଘଟଣା ସମ୍ପର୍କିତ ଦସ୍ତାବିଜ, ତଦନ୍ତ ଓ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଯାଞ୍ଚ କରାଯିବାର ସମ୍ଭାବନା ରହିଛି । ଗତ ଜୁନ ୧୧ ତାରିଖର ଘଟଣାକୁ ନେଇ ବିବାଦ ଦେଖାଦେଇଥିଲା।

ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ତାଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର ହୋଇଥିବା ଚାମେଲି ଓଝା ଅଭିଯୋଗ କରିଥିଲେ। ଅନ୍ୟପଟେ, ଘଟଣାକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ଭିନ୍ନ ଅଭିଯୋଗ ରହିଥିବା ପୂର୍ବ ରିପୋର୍ଟରେ ଉଲ୍ଲେଖ ହୋଇଛି । ଘଟଣା ପରଠାରୁ ଚାମେଲି ଓଝା ନ୍ୟାୟ ଦାବି କରିଆସୁଥିବା ବେଳେ ଏବେ NHRCର ୩ ଜଣିଆ ଟିମ୍‌ର ତଦନ୍ତକୁ ନେଇ ଚର୍ଚ୍ଚା ବଢ଼ିଛି। ତେବେ କମିସନଙ୍କ ତଦନ୍ତ ପରେ ଘଟଣା ସମ୍ପର୍କରେ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତା’ଉପରେ ନଜର ରହିଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ