
ନିମାପଡ଼ା: ଚଳିତ ମୌସୁମୀ ଋତୁ ର ଚାଷ କାର୍ଯ୍ୟ ଚାଲିଥିବା ସମୟରେ ସାର, ପିଡିଆ ଇତ୍ୟାଦିର ଅହେତୁକ ଦରଦାମ ବୃଦ୍ଧି, ସାର ବିକ୍ରୟରେ ଅନିୟମିତତା, ଏପରିକି ଏମଆରପି ଠାରୁ ବହୁ ଅଧିକ ଚଢା ଦରରେ ଚାଷୀ ସାର କିଣୁ ଥିବାର ଖବର ପାଇବା ପରେ ଆଜି ନିମାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ସାକ୍ଷାତ କରି ସବିଶେଷ ବିବରଣୀ ସହିତ ପୁରୀ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି “ଜାଗ୍ରତ ଯୁବଶକ୍ତି” ଯୁବ ସଂଗଠନ ।
ସାର ଯୋଗାଣରେ କଳା ବଜାରୀ ରୋକିବା, ଚାଷୀ ମାନଙ୍କୁ ଜରୁରୀ କାଳୀନ ଭିତ୍ତିରେ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ସହ ଚାଷ ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ କରାଇବା ଲାଗି “ଜାଗ୍ରତ ଯୁବଶକ୍ତି” ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଜୟାନନ୍ଦ ଦାସ, ମୁଖ୍ୟ ପରାମର୍ଶଦାତା ପ୍ରସନ୍ନ କୁମାର ପତି, ଅଞ୍ଜନ କୁମାର ନାୟକ, ସଂଜୀବ ରାୟ ଙ୍କ ସମେତ ଶତାଧିକ ଚାଷୀ ନିମାପଡା ବ୍ଲକ ପ୍ରଶାସନ ଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ।
ନିମାପଡ଼ା ରୁ ବସନ୍ତ ନାୟକ ଙ୍କ ରିପୋର୍ଟ




