
ଭୁବନେଶ୍ୱର: ଚିଟଫଣ୍ଡ ଟଙ୍କା ନେଇ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ସେ କହିଛନ୍ତି ଯେ ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିଦେ୍ର୍ଧଶାବଳୀ ପ୍ରସ୍ତୁତ ଚାଲିଛି । ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ । ପ୍ରକ୍ରିୟାକୁ ସରଳୀକରଣ ପାଇଁ ନୂଆ ନିଦେ୍ର୍ଧଶାବଳୀ ପ୍ରସ୍ତୁତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ।







