ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା

ଚିଲିକା: ସାତପଡ଼ା ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା। ତିନିଦିନ ଧରି ଚାଲିବ ଡଲଫିନ ଗଣନା । ଭୋର ୬ଟା ରୁ ଆରମ୍ଭ କରି ଦିନ ୧୨ଟା ପର୍ୟ୍ୟନ୍ତ ଚାଲିବ ଡଲଫିନ ଗଣନା। ଏହି ଗଣନାରେ ମୋଟ ୧୮ ଟିମ୍ ସାମିଲ ହୋଇଛନ୍ତି। ସାତପଡ଼ାରୁ ୮ ଟିମ୍ ନାର୍ଦନ ଆଉଟର ଚ୍ୟାନେଲ ଓ ବାଲୁଗାଁ ରୁ ୧୦ ଟିମ୍ ସେଣ୍ଟ୍ରାଲ ସର୍ଦାନ ଚ୍ୟାନେଲରେ ଗଣନା କରିବ ।

ସୂଚନାନୁଯାୟୀ, ସାତପଡ଼ା ରେଞ୍ଜ ପଟୁ ୮ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ ୧୦ ଟି ଦଳ ମୋଟ ୧୮ ଟି ଦଳ ଡଲଫିନ ଗଣନା ଜାରି ରଖିଥିବା ସହକାରୀ ବନ ସଂରକ୍ଷକ ପ୍ରମୋଦ କୁମାର ସେଠୀ ପ୍ରକାଶ କରିଛନ୍ତି। ଗୋଟାଏ ଦଳରେ ୮ ରୁ ୯ ଜଣ ଗଣନାକାରୀ ରହିଛନ୍ତି। ଏହି ଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ, ବନ କର୍ମଚାରୀ, ଡଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ପରିବେଶବିତଙ୍କ ସହିତ ବୋଟ୍ ଚାଳକ ସାମିଲ ହୋଇଛନ୍ତି । ଜିପିଏସ, ବାଇନାକୁଲାର, ରେଞ୍ଜ ଫାଇଣ୍ଡର ଦ୍ୱାରା ଗଣତି କରାଯାଉଛି।
ଆଜି ମିଳିତ ଭାବେ ସମସ୍ତ ଗଣନାକାରୀ ଗଣନା କରି ସାରିବା ପରେ ଅବଶିଷ୍ଟ ଦୁଇ ଦିନ କେବଳ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପୁନଃ ଗଣନା କରିବେ। ସକାଳ ୬ ଟାରୁ ଦିବା ୧୨ଟା ପର୍ୟ୍ୟନ୍ତ ଡଲଫିନ୍ ଗଣନା କରାଯିବ। ଗଣନା ସମୟରେ ଡଲଫିନ୍ ଚଳପ୍ରଚଳ କରୁଥିବା ସ୍ଥାନ ମାନଙ୍କରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇବା ସହିତ ପର୍ୟ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ