ସାମଗ୍ରୀ : ୨୦୦ ଗ୍ରାମ ଚୁଡା, ୧ଟା କଟା ପିଆଜ, ଭୁଶଙ୍ଗପତ୍ର ଅଳ୍ପ, ଲୁଣ, ଶୁଖିଲା ଲଙ୍କା, କଟା କଞ୍ଚା ଲଙ୍କା, ହଳଦୀ, କଟା ଆଳୁ, ଛଣା ବାଦାମ ୫୦ଗ୍ରାମ, ଜିରା । ଦୁଇ ଛୋଟ ଚାମଚ ତେଲ ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଚୁଡାକୁ ଧୋଇ ଏହାକୁ ଛାଣି ଏକ ପାଣି ଛଡା ପାତ୍ରରେ ରଖନ୍ତୁ । ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ଶୁଖିଲା ଲଙ୍କା ଓ ଜିରା ଫୁଟାନ୍ତୁ । ଏଥିରେ କଟା ପିଆଜ ପକାଇ ଭାଜନ୍ତୁ, ପିଆଜ ଲାଲ ପଡିଲେ, କଞ୍ଚା ଲଙ୍କା ଓ ଭ୍ରୁଶଙ୍ଗ ପତ୍ର ପକାନ୍ତୁ ପରେ କଟା ଆଳୁ, ହଳଦୀ -ଲୁଣ, ଚିଲ୍ଲି ପାଉଡର ପକାଇ ଆଳୁରେ ଅଳ୍ପ ପାଣି ସିଞ୍ଚନ କରି ୨/୩ ମିନିଟ ଘୋଡଣି ଘୋଡାନ୍ତୁ ଆଳୁ ସିଝି ଯିବା ପରେ ଧୂଆ ଚୁଡା ଓ ଛଣା ବାଦାମ, ଗୋଲମରିଚ ଗୁଣ୍ଡ ପକାଇ ମିକ୍ସ କରନ୍ତୁ । ପ୍ରସ୍ତୁତି ଚୂଡା ସନ୍ତୁଳା ଉପରେ ବିଟ ଲୁଣ ସିଞ୍ଚନ କରି ସକାଳ କିମ୍ବା ସନ୍ଧ୍ୟା ଜଳଖିଆରେ ଖାଆନ୍ତୁ ଖୁବ୍ ସ୍ୱାଦଯୁକ୍ତ ଲାଗିବ ।
ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…








