ଚେନ୍ନାଇକୁ ଫେରିଲେ ରବି ଅଶ୍ୱିନ

ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପରେ ଚେନ୍ନାଇ ସୁପର କିଙ୍ଗସକୁ ଫେରିଛନ୍ତି ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ୨୦୨୫ ଆଇପିଏଲର ମେଗା ଅକ୍ସନରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କା ଦେଇ କିଣିଛି। ଅଶ୍ୱିନଙ୍କୁ ନେବା ପାଇଁ ତାଙ୍କ ପୂର୍ବତନ ପ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ୯.୭୫ କୋଟି ଟଙ୍କାରେ ଚେନ୍ନାଇ ତାଙ୍କୁ ନିଜ ସହ ସାମିଲ କରିଛି।

ଅଶ୍ୱିନ ତାଙ୍କ ଆଇପିଏଲ କ୍ୟାରିୟର ଚେନ୍ନାଇରୁ ଆରମ୍ଭ କରିଥିଲେ। ୨୦୦୯ରୁ ୨୦୧୫ ଯାଏ ସେ ଚେନ୍ନାଇ ପାଇଁ ଖେଳିଥିଲେ। ସେ କିଛି ବର୍ଷ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିଲେ। ଏହାପରେ ରାଜସ୍ଥାନ ରୟାଲ୍ସକୁ ଆସିଥିଲେ। ଏବେ ପୁଣି ସେ ଚେନ୍ନାଇକୁ ଫେରିଛନ୍ତି।

ଅଶ୍ୱିନ ୬ ବର୍ଷ ଚେନ୍ନାଇରେ ରହିବା ପରେ ୨୦୧୬ରେ ସେ ରାଇଜିଂ ପୁଣେ ସୁପର ଜାଏଣ୍ଟସ ପାଇଁ ଖେଳିଥିଲେ। ୨୦୧୭ରେ ସେ ଆହତ କାରଣ ପାଇଁ ଆଇପିଏଲ ଖେଳି ନଥିଲେ। ୨୦୧୮ରେ ସେ ପଞ୍ଜାବକୁ ଆସିବା ସହ ଅଧିନାୟକ ହୋଇଥିଲେ। ୨୦୨୦ରେ ସେ ଦିଲ୍ଲୀ ପାଇଁ ୨ ବର୍ଷ ଖେଳିଥିଲେ। ୨୦୨୨ ମେଗା ଅକ୍ସନରେ ତାଙ୍କୁ ରାଜସ୍ଥାନ ୫ କୋଟି ଟଙ୍କାରେ କିଣିଥିଲା। ୨୦୨୪ ଯାଏ ସେ ରାଜସ୍ଥାନ ପାଇଁ ଖେଳିଥିଲେ।

  • Related Posts

    ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

    ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

    Continue reading
    ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

    ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ