ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ ସ୍କୁଲ୍‌ ବ୍ୟାଗ୍

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କୁ ମାଗଣାରେ ନୂଆ ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନଙ୍କୁ ଚିଠି ଜାରି କରାଯାଇଛି। ନୂଆ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷା ସାମଗ୍ରୀ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ସମସ୍ତ ସରକାରୀ ସ୍କୁଲର ଶିଶୁ ବାଟିକାରୁ କ୍ଳାସ ତିନି ପର୍ଯ୍ୟନ୍ତ ପିଲା ଓଏସ ଆଣ୍ଡ ଏମଇ ଓ ଏସଏସଡି ବିଭାଗ ଅଧୀନରେ ଥିବା ସଂସ୍ଥା ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ମାଗଣା ସ୍କୁଲ ବ୍ୟାଗ ଯୋଗାଇ ଦିଆଯିବ ।ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ସମସ୍ତ ବ୍ଲକ୍ ପଏଣ୍ଟରେ ଏହି ବ୍ୟାଗ୍ ପହଞ୍ଚାଇବ। ସେଠାରୁ ସ୍କୁଲ୍ ଗୁଡ଼ିକୁ ବିତରଣ କରାଯିବ ।ପ୍ରଥମତଃ ଶିଶୁ ବାଟିକାରୁ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଛୋଟ ସାଇଜର ବ୍ୟାଗ ମିଳିବ । ହେଲେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କ ପାଇଁ ବଡ଼ ସାଇଜର ବ୍ୟାଗ ମିିିଳିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି ।ବ୍ଲକ୍ ପଏଣ୍ଟରୁ ସାମଗ୍ରୀ ଠିକ୍ ଭାବେ ବୁଝି, ଯୋଜନା ଅନୁସାରେ ଓ ଠିକ ସମୟରେ ସ୍କୁଲମାନଙ୍କୁ ବ୍ୟାଗ ବିତରଣ କରାଯିବ । କିଛି ତ୍ରୁଟି ଥିଲେ ତୁରନ୍ତ ଅଫିସକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ପ୍ରାୟ 5 ଲକ୍ଷରୁ ଅଧିକ ଛୋଟ ଛୋଟ ପିଲାଙ୍କୁ ଏହି ଉତ୍ସବରେ ସାମିଲ କରାଯାଇଛି ।

  • Related Posts

    ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦଉଡ଼ି

    ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ଓଡ଼ିଶା…

    Continue reading
    ଷ୍ଟ୍ରିଟ ଲାଇଟ ଦୁର୍ନୀତି: ୩ ଜିଲ୍ଲାର ୫୦ ସ୍ଥାନରେ ଭିଜିଲାନ୍ସ ଚଢାଉ

    ଭୁବନେଶ୍ବର, : ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ଖୋଲତାଡ କରିଛି। ୩ଟି ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ୨୦୨୧-୨୨ ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲ୍ଲାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ