ଜନସମ୍ପର୍କ ପଦଯାତ୍ରା: ରାଜ୍ୟ ସରକାରଙ୍କ ବିଫଳତା ଓ ପରିଚାଳନା ଉପରେ କହିଲେ ନବୀନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ ହୋଇଛି । ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ବିମାନବନ୍ଦର ନିକଟସ୍ଥ ରଜ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ଜନତା ଦଳ ତାର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ । ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ସରକାର କହୁଛନ୍ତି ଲୋକଙ୍କ ସରକାର କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ । ପିଲାଙ୍କ ପଢା ବହି ନାହିଁ । ବୁଢାବୁଢ଼ିଙ୍କ ପେନସନ ନାହିଁ । ଚାଷୀ ହଇରାଣ । ମା ମାନେ ହଇରାଣ । ଆଇନ ଶୃଙ୍ଖଳା ବୋଲି କିଛି ନାହିଁ ।

ରାଜ୍ୟ ସରକାରଙ୍କ ବିଫଳତା ଓ ପରିଚାଳନା ଉପରେ ନବୀନ କହିଥିଲେ ଯେ, ସରକାର ଗୋଟିଏ ବି ରଥଯାତ୍ରା ଠିକ୍ ଭାବରେ ପରିଚାଳନା କରି ପାରିଲେନି । ବନ୍ୟା ରିଲିଫରେ କୁପରିଚାଳନା, ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନା, ସବୁ କାମରେ ଏ ସରକାର ଫେଲ୍ । ଲୋକ କହୁଛନ୍ତି ଯେ, ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି । କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ନେଇଗଲେ । ଓଡ଼ିଶା ସରକାର ଚୁପ୍ । କୋଡିଏ ବିଜେପି ସାଂସଦ ଓଡ଼ିଶାବାସୀଙ୍କ ପାଇଁ ଚୁପ୍ । କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ । ପିଲାଙ୍କ ପଢା ବହି କଥା ନ କହିବା ଭଲ । ହଜାର ହଜାର ଭୁଲ । କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ ବୋଲି କ୍ଷୋଭ ପ୍ରକାଶ କରିଥିଲେ ନବୀନ ।

ନବୀନ ଆହୁରି କହିଥିଲେ ଯେ ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି । ବଜେଟ ବ୍ୟୟ ବରାଦ ଖର୍ଚ୍ଚ ହୋଇ ପାରୁନି । କିଛି କାମ ହେଉନାହିଁ କିନ୍ତୁ ଋଣ ଭାର ବଢ଼ି ଚାଲିଛି । ଟଙ୍କା କୁଆଡେ ଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ବିଜୁ ଜନତା ଦଳ ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶା ପାଇଁ ଲଢ଼ି ଆସିଛି ଓ ଆଗାମୀ ଦିନରେ ଲଢେଇକୁ ଆହୁରି ଜୋରଦାର କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର , ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ ।

ସେପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ, ବନ୍ୟା ପରିଚାଳନା ତ୍ରୁଟି ଉପରେ ସେମାନେ କଣ କଥା ରଖିବେ, କିଛି ଯଦି ଭୁଲ ରହିଛି ବିଧାନସଭା ଭଳି ଫୋରମରେ କଥା ଉଠେଇ ଥାନ୍ତେ । ସେଠାରେ କେବଳ ଡ୍ରାମା କଲେ । ଏମଏମଡିଆର ଓ ପୁସ୍ତକ ତ୍ରୁଟି ଘଟଣାରୁ ଉପରକୁ ଯାଇପାରିଲେ ନାହିଁ । ବିଜୁ ଜନତା ଦଳ କୌଣସି ଭଲ କାମର ପ୍ରଶଂସା କରିପାରେ ନାହିଁ, ସେମାନେ କଣ କହିବେ ? ଲୋକେ ସବୁ ଜାଣିଛନ୍ତି । ମୁଁ ବନ୍ୟା ଓ ବର୍ଷା ସମୟରେ ମଧ୍ୟ ବିଜେଡି ବିଧାୟକମାନଙ୍କ ସହ କଥା ହୋଇଛି, ତାଙ୍କ ନିର୍ବାଚନ ମଣ୍ଡଳୀ ସୁବିଧା ଅସୁବିଧା ବୁଝିଛି । ସହଯୋଗ ପାଇଁ ଧନ୍ୟବାଦ ବି ଦେଇଛି କିନ୍ତୁ ସେମାନେ କାହିଁକି ଅଯଥା ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ମୁଁ ଜାଣିନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ