ଜବ୍‌ ସ୍ୱିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ, ଜାଣନ୍ତୁ

ଭୁବନେଶ୍ୱର : ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରୀ ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ ? ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ିଯାଆନ୍ତି । ବେଳେବେଳେ ଲୋକେ ଭାବନ୍ତି ପୂର୍ବ କମ୍ପାନୀର ସାଲାରୀ ଆକାଉଣ୍ଟ ବନ୍ଦ କରିଦେବେ ନା ତାକୁ ଚଲାଇବେ । ତାହାକୁ ସାଧାରଣ ସେଭିଂସ ଆକାଉଣ୍ଟ ଭାବେ ଚଳାଇବେ ନା ଆଉ ଏକ ନୂଆ ଆକାଉଣ୍ଟ ଖୋଲିବେ ।

 

ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ

ଆପଣ ଯଦି ଚାକିରୀ ଛାଡ଼ନ୍ତି ତେବେ ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ । ଆପଣଙ୍କ ନିଯୁକ୍ତିଦାତା ସେହି ଆକାଉଣ୍ଟରେ ଦରମା ଦେବା ବନ୍ଦ କରିଦିଅନ୍ତି । ଦରମା ମିଳୁଥିବା ପର୍ଯ୍ୟନ୍ତ ତାହା ସାଲାରୀ ଆକାଉଣ୍ଟ ହୋଇ ରହିଥାଏ । କେତେକ ବ୍ୟାଙ୍କ ସାଲାରୀ ଆକାଉଣ୍ଟକିୁ କିଛିଦିନ ପରେ ସେଭିଙ୍ଗସ ଆକାଉଣ୍ଟରେ ବଦଳାଇ ଦିଅନ୍ତି । ଯେତେବେଳେକି ଆଉ କିଛି ବ୍ୟାଙ୍କ ତାହାକୁ ସାଲାରୀ ଆକାଉଣ୍ଟ ଭାବେ ହିଁ ରଖିଥା’ନ୍ତି । ସାଲାରୀ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ନଥାଏ । କିନ୍ତୁ ତାହା ବଦଳିଗଲେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ପଡେ଼ । ଆପଣ ଯଦି ସର୍ବନିମ୍ନ ବାଲାନ୍ସ ରଖିନଥିବେ ତେବେ ବ୍ୟାଙ୍କ ନନ୍‌ ମେଣ୍ଟେନାନ୍ସ ଫି’ ଚାର୍ଜ କରେ ।

 

ବିକଳ୍ପ ଭାବେ ନୂଆ ସାଲାରୀ ଆକାଉଣ୍ଟ କରିପାରିବେ

ଆପଣ ଜବ ସ୍ୱିଚ୍‌ କଲେ ନୂଆ ନିଯୁକ୍ତିଦାତାଙ୍କ ନିକଟରେ ଆଉ ଏକ ସାଲାରୀ ଆକାଉଣ୍ଟ କରିପାରିବେ । ଆପଣଙ୍କ ନିଯୁକ୍ତିଦାତା ଯେଉଁ ବ୍ୟାଙ୍କର ପାର୍ଟନର ଥାଆନ୍ତି ସେଠାରେ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି । ସାଲାରୀ ଆକାଉଣ୍ଟରେ ଜିରୋ ବାଲାନ୍ସ, ଭଲ ସୁଧ ହାର ଓ ଅତିରିକ୍ତ ସେବା ମଧ୍ୟ ଉପଲବ୍ଧ ଥାଏ । କିନ୍ତୁ ନୂଆ ଜାଗାରେ ଚାକିରୀ କଲେ ସାଲାରୀ ଆକାଉଣ୍ଟ ବନ୍ଦ କରିବାର କିଛି ଆବଶ୍ୟକତା ନାହିଁ । କିନ୍ତୁ ତାହାକୁ ନିୟମିତ ଭାବେ ଦେଖିବା ଦରକାର ।

 

ଅଟୋ ଡେବିଟ୍‌ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ

ଯେଉଁମାନେ ଇଏମଆଇ, ଏସଆଇପି, ଇନ୍ସୁରାନ୍ସ ପ୍ରିମିୟମ୍‌ ଓ ୟୁଟିୟିଟି ବିଲକୁ ସାଲାରୀ ଆକାଉଣ୍ଟ ସହ ଅଟୋ ଡେବିଟ୍‌ କରନ୍ତି ସେମାନେ ସମସ୍ୟାରେ ପଡ଼ିଥା’ନ୍ତି । ଯଦି ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ ଓ ଆପଣ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି ତେବେ ଅଟୋ ଡେବିଟ୍‌ ଇନଷ୍ଟ୍ରକ୍ସସନକୁ ଅପଡେଟ କରିବାର ଆବଶ୍ୟକତା ରହିଛି । ଯଦି ସେଭଳି ନକରନ୍ତି ତେବେ ଫାଇନ୍‌, ଲେଟ ଫି ଆଦି ପଡ଼ିଯିବ ।

Related Posts

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

Continue reading
ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ