ଜମିହରାଙ୍କୁ ଜମି ଦେବେ ସରକାର

ଭୁବନେଶ୍ବର: ସଂଶୋଧନ ହେବ ଥଇଥାନ ଓ ପୁନର୍ବସତି ନୀତି । ନୂଆ ଥଇଥାନ ଓ ପୁନର୍ବସତି ନୀତି ଆଣିବେ ବିଜେପି ସରକାର । ୧୭ ବର୍ଷର ପୁରୁଣା ପଲିସିରେ ସଂଶୋଧନ ଆଣିବା ଲାଗି ପ୍ରସ୍ତାବ ଲୋଡିଛି ରାଜସ୍ୱ ବିଭାଗ । ନୂଆ ନୀତି ଅନୁସାରେ ଜମି ହରାଉଥିବା ଲୋକଙ୍କୁ ଜମି ଦେବାକୁ ବିଭାଗ ଚିନ୍ତା କରୁଛି । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ୨୦୦୬ରେ ପଲିସି ଆଣିଥିଲେ ବିଜେଡି ସରକାର । ଏବେ ନୂଆ ଥଇଥାନ ଓ ପୁନର୍ବସତି ନୀତି ଆସିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଉଚ୍ଛେଦ କାର୍ୟ୍ୟ ହେଉଛି । ଉଚ୍ଛେଦରେ ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ୨୦୦୬ରେ ପଲିସି ଆଣିଥିଲେ ତତ୍କାଳୀନ ବିଜେଡି ସରକାର । ଏହାକୁ ଥଇଥାନ ଓ ପୁନର୍ବସତି ନୀତି ବୋଲି କୁହାଯାଏ । ୧୭ ବର୍ଷ ହେଲା ଏହି ପଲିସିରେ ସଂଶୋଧନ କିମ୍ବା ପରିବର୍ତ୍ତନ ହୋଇନାହିଁ । ତେଣୁ ଏହି ପଲିସିରେ ସଂଶୋଧନ ଆବଶ୍ୟକତା ରହିଛି । ଗତକାଲି ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି ।”ତେବେ ପ୍ରାଥମିକ ଆଲୋଚନାରେ ରାଜସ୍ୱ, ଜଙ୍ଗଲ, ଜଳସେଚନ, ଜଳ ସମ୍ପଦ, ପୂର୍ତ୍ତ, ଶିଳ୍ପ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ଆଧୁନିକ ଥଇଥାନ ଓ ପୁନର୍ବସତି ନୀତି ଲାଗି ପ୍ରସ୍ତାବ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସାଧାରଣ ଲୋକଙ୍କୁ ମଧ୍ୟ ମତାମତ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ । ଯେଉଁମାନେ ବାସଚ୍ୟୁତ ହେଉଛନ୍ତି, ସେମାନଙ୍କ କଷ୍ଟକୁ ମାପି ହେବନାହିଁ । ତେଣୁ ଏହାର ମୂଲ୍ୟାଙ୍କନ ନକରି ଆଧୁନିକ ଥଇଥାନ ଓ ପୁନର୍ବସତି ନୀତି କରିପାରିବା ଲାଗି ଚେଷ୍ଟା ହେଉଛି । ବିଶେଷ କରି ନୂଆ ନୀତିରେ ଜମି ହରାଉଥିବା ଲୋକଙ୍କୁ ଜମି ବଦଳରେ ଜମି ଦେବାକୁ ବିଭାଗ ଚିନ୍ତା କରୁଛି ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ