ଜଳପ୍ରପାତରେ ଭାସିଯାଇ ଯୁବକ ନିଖୋଜ

ବାଂଶପାଳ : ୩ ସାଙ୍ଗଙ୍କ ସହ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସାଙ୍ଗ ହୋଇ ୩ ଜଣ ଖୁସିରେ ଗାଧାଉଥିଲେ । ହଠାତ ଜଳପ୍ରପାତ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ସୀମାନ୍ତ ନଗୀରା ଗର୍ଜନ ଖୋଲ ଜଳପ୍ରପାତରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବାଲରାଇ ଗାଁରୁ ୨ ଜଣ ଓ ଗୋପପୁର ଗାଁର ଜଣେ ଯୁବକ ଏକାଠି ନଗୀରା ଗର୍ଜନଖୋଲ ଜଳପ୍ରପାତ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ । ଏହି ସମୟରେ ବାଲରାଇ ଗାଁର ଲିପୁନ୍ କୁମାର ବେହେରା ସେଠାରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ପରେ ଏ ବିଷୟରେ ଖବର ପାଇ ବାଂଶପାଳ ଦମକଳ ବାହିନୀ ସେଠାରେ ଶୁକ୍ରବାର ଠାରୁ ଖୋଜାଖୋଜି ଜାରି ରଖିଥିବା ବେଳେ, ରାତି ହୋଇଯିବାରୁ ଉଦ୍ଧାର କାର୍ୟ୍ୟ ବନ୍ଦ ରଖାଯାଇଥିଲା । ଶନିବାର ସକାଳୁ ପୁନର୍ବାର ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ଦମକଳ ବାହିନୀ ପକ୍ଷରୁ ସୂଚନା ମିଳିଛି । ଏହି ଜଳପ୍ରପାତ ବହୁ ଗଭୀର ଥିବାରୁ ଖୋଜିବା କାର୍ୟ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ମିଳିଛି ।

  • Related Posts

    ବାଣୀବିହାର କ୍ୟାମ୍ପସରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜା

    ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା। ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ABVP ଓ BCJD ପ୍ରାର୍ଥୀ। କ୍ୟାମ୍ପସ ଅଡିଟୋରିୟମରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ…

    Continue reading
    ଖୁବଶୀଘ୍ର ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ

    ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଆ ଆସି ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବେ। ଲୋକଙ୍କ ସେବା କରିବେ। ପରିସ୍ଥିତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ