ଜାତୀୟ ରାଜପଥ -୪୯ର ଏନଏଚଆଇ ଜମିରୁ ଜବର ଦଖଲ ଉଚ୍ଛେଦ

ଦେବଗଡ଼: ଜାତୀୟ ରାଜପଥର ଅଧିକାର ସୀମା ମଧ୍ୟରେ ଥିବା ଅନଧିକୃତ ଦଖଲ ହଟାଇବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ଏବଂ ଏନଏଚଆଇ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୪୯ନମ୍ବର ଜାତୀୟ ରାଜପଥରେ ଏନଏଚଆଇ ଜମି ମଧ୍ୟରେ ଥିବା ଅନଧିକୃତ ଦୋକାନ,ଅସ୍ଥାୟୀ ଓ ସ୍ଥାୟୀ ଘର/ସେଡ୍,ବିଭିନ୍ନ ପ୍ରକାରର ଅନଧିକୃତ ନିର୍ମାଣ ଏବଂ ଅନ୍ୟାନ୍ୟ ଦଖଲ ସମ୍ପର୍କରେ ସମ୍ପୃକ୍ତ ଦଖଲକାରୀମାନଙ୍କୁ ପୂର୍ବରୁ ବ୍ୟକ୍ତିଗତ ଭାବେ ନୋଟିସ୍ ପ୍ରଦାନ କରାଯାଇଥିଲା।ସେମାନଙ୍କୁ ନିଜ ଇଚ୍ଛାରେ ଅନଧିକୃତ ଦଖଲ,ଦୋକାନ, ସେଡ୍ ଓ ସ୍ଥାୟୀ/ଅସ୍ଥାୟୀ ନିର୍ମାଣଗୁଡ଼ିକ ହଟାଇବା ପାଇଁ ସମୟ ପ୍ରଦାନ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଧିକୃତ ଦଖଲ ହଟାଇବା ପାଇଁ ଆବଶ୍ୟକ ସୁଯୋଗ ପ୍ରଦାନ କରାଯିବା ପରେ ଆଜି ଜବରଦଖଲ ଉ‌‌ଚ୍ଛେଦ କରାଯାଇଛି।ପ୍ରଥମ ପର୍ଯ୍ୟାୟରେ ଆଜି ବାରକୋଟ ବ୍ଲକର ପଞ୍ଚମହଲା ଗ୍ରାମ ଠାରୁ ବିଜୟନଗର ଗ୍ରାମ ପର୍ଯ୍ୟନ୍ତ ଜବରଦଖଲ ଉ‌ଚ୍ଛେଦ କରାଯାଇଥିଲା। ଏଥିରେ ବାରକୋଟ ଅତିରିକ୍ତ ତହସିଲଦାର ଶିବବ୍ରତ ନାୟକ, ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥି, ଏନଏଚଆଇର ସୁବାଶିଷ ସାହୁ, ସୁଭେନ୍ଦୁ ଦାସ,ବିଞ୍ଜବାହାଳ ଠାରୁ ତିଲେଇବଣି ହାଇୱେ ପ୍ରାଇଭେଟ ଲିମିଟେଡର ପ୍ରତିନିଧି ନାରାୟଣ ଚନ୍ଦ୍ର ପାତ୍ର, ଦୀପକ ରଞ୍ଜନ ତରାଇ, ଗୌତମ ପାତ୍ର ଉପସ୍ଥିତ ଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ