ଜାନୁୟାରୀ ୮ରେ ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର : ୨୦୨୫ ଜାନୁୟାରୀ ୮ରେ  ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ। ଏ  ନେଇ ବୈଦେଶିକ ମନ୍ତ୍ରଣାଳୟରେ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଓ୍ବେବସାଇଟ ଉନ୍ମୋଚନ କରିଛନ୍ତି । ତେବେ ଏହି ପ୍ରବାସୀ ଭାରତୀୟ ଦିବସରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ  ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଏକ ସ୍ବତନ୍ତ୍ର ସମାରୋହରେ ଏହି ୱେବସାଇଟ  ଉନ୍ମୋଚନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏଠାରେ   ଉପସ୍ଥିତ ଥିଲେ। ଜାନୁଆରୀ ୮ରୁ ୧୦ ପର୍ୟ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ଏହି ପ୍ରବାସୀ ଭାରତୀୟ  ଦିବସ। ଏହି ଉତ୍ସବରେ ୭୦୦୦ ଅତିଥି ଙ୍କୁ ଆତିଥ୍ୟ ଯୋଗାଇବ ଓଡ଼ିଶା। ୧୮ତମ ସଂସ୍କରଣରୁ ଓଡ଼ିଶାକୁ ଅନେକ ଫାଇଦା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

୧୮ ତମ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶାକୁ ସହଯୋଗୀ ରାଜ୍ୟ ଭାବେ ଚୟନ କରି ଏପରି ଏକ ଉତ୍ସବକୁ ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସୁରକ୍ଷା ଠୁ  ନେଇ ପ୍ରୋଟୋକୋଲ, ସାଂସ୍କୃତିକ କାର୍ୟ୍ୟକ୍ରମକୁ ନେଇ ସମସ୍ତ ବ୍ୟବସ୍ଥା ଓଡ଼ିଶା ସୁଚାରୁରୂପେ କରିବ। ଏହି ସମାରୋହରେ ଓଡ଼ିଆର ଉଚ୍ଚ କୋଟିର କଳା ସଂସ୍କୃତି  ପ୍ରଦର୍ଶନ କରାଯିବ। ସାଂସ୍କୃତିକ କାର୍ୟ୍ୟକ୍ରମରେ  ରାଜାରାଣୀ ଏବଂ ମୁକ୍ତେଶ୍ଵର ନୃତ୍ୟତ୍ସବା ସହ ପୁଷ୍ପ ପ୍ରଦର୍ଶନୀର ଆୟୋଜନ କରାଯିବ।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ