ଜାମ୍ମୁ କାଶ୍ମୀରରେ ୧୧୯ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି : ଗୁଇନ୍ଦା ବିଭାଗ

ଜମ୍ମୁ-କଶ୍ମୀରରେ ଏବେ ୧୧୯ ଜଣ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଉଭୟ ଅପରେସନ ଓ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ରହି ଉପତ୍ୟକାର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି। ଏପରି କିଛି ସାଂଘାତିକ ତଥ୍ୟ ଗୁଇନ୍ଦା ବିଭାଗ ଦେଇଛି।

ଏହି ରିପୋର୍ଟ ଅନୁସାରେ, ପୀର ପଞ୍ଜଲ ରେଞ୍ଜରେ ଏବେ ମୋଟ ୭୯ ଜଣ ଆତଙ୍କବାଦୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୮ ଜଣ ସ୍ଥାନୀୟ ଓ ୬୧ ଜଣ ବିଦେଶୀ ଆତଙ୍କୀ ରହିଛନ୍ତି। ଦକ୍ଷିଣ ପୀର ପଞ୍ଜଲରେ ସକ୍ରିୟ ଥିବା ୪୦ ଜଣଙ୍କ ମଧ୍ୟରୁ ୩୪ ଜଣ ବିଦେଶୀ ଓ ୬ ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି

ଏବେ ଏହି ତଥ୍ୟ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

 

ସୂତ୍ର ଅନୁସାରେ, ଜମ୍ମୁ-କଶ୍ମୀରରରେ ଚଳିତ ବର୍ଷ ୨୫ ବର୍ଷଟି ଆତଙ୍କବାଦ ସହ ଜଡ଼ିତ ଘଟଣା ଘଟିଛି। ଏଥିରେ ୨୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ୨୦୨୩ରେ ୨୫ଟି ଆତଙ୍କବାଦ ଜଡ଼ିତ ଘଟଣା ଘଟିଥିବା ବେଳେ ୨୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

ଚଳିତ ବର୍ଷ ଆତଙ୍କବାଦ ନିରୋଧ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଚଳିତ ବର୍ଷ ୬୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୪୫ ଜଣ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଓ ୧୬ ଜଣ ଏଲଓସି ନିକଟରେ ଆଖି ବୁଜିଛନ୍ତି। ନିହତ ୬୧ ଜଣଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ପାକିସ୍ତାନ ନାଗରିକ। ୨୦୨୩ରେ ୬୦ ଜଣ ଆତଙ୍କୀ ନିହତ ହୋଇଥିଲେ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ