
ଦେବଗଡ଼:ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା, ଓଡିଶା ସାରା ଉପଲବ୍ଧି ପାଇଁ ଆଜି ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ଓ ମତାମତ ନିର୍ମାତା ସଂଯୋଗ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନ ଯୋଗଦେଇ ଜିଲ୍ଲା ଓ ରାଜ୍ୟ ର ବିକାଶ ଧାରା ଆଗକୁ କିପରି ନିଆଯାଇପାରିବ ସେ ବିଷୟରେ ଗଣମାଧ୍ୟମ ପ୍ରତିନିଧି ଓ ମତାମତ ନିର୍ମାତା ସଂଯୋଗ ମାନଙ୍କ ମଧ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ଜିଲ୍ଲାର ବିଭିନ୍ନ ଗଠନମୂଳକ କାର୍ଯ୍ୟ ସଂପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିଥିଲେ।


