ଜୀବନ ସାରା ପଶ୍ଚତାପ କରିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ: ମନ୍ତ୍ରୀ

ଭୁବନେଶ୍ବର: ୧୫ ହଜାର ଟଙ୍କା ଲାଞ୍ଚ ନେଇ ବାମରା ତହସିଲଦାର ତଥା ଓଏଏସ ଟପର ଅଶ୍ୱିନୀ କୁମାର ପଣ୍ଡା ଧରାପଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ଦୁର୍ନୀତି କରି ଅନେକ ଅଫିସର ଜେଲରେ ଗଲେଣି। ଦୁଇ ଦିନ ତଳେ କୁଚିଣ୍ଡା ତହସିଲଦାରଙ୍କୁ ସରକାର ନିଲମ୍ବନ କରିଛନ୍ତି। ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଅନ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରିଥିଲେ। ୨୦୧୯ ବ୍ୟାଚର ଟପର ଅଶ୍ୱିନୀ କୁମାର ପଣ୍ଡା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଖୁବଶୀଘ୍ର ତାଙ୍କୁ ନିଲମ୍ବିତ କରାଯିବ। ଲୋକଙ୍କୁ ଅନୁରୋଧ କରୁଛି ରାଜସ୍ୱ ମନ୍ତ୍ରୀ, ସରକାରୀ ସ୍ତରରେ, ରାଜସ୍ବ ବିଭାଗରେ, ଅନ୍ୟାୟ, ଲାଞ୍ଚ, ଆଇନ ବିରୋଧୀ କାର୍ୟ୍ୟ ଦେଖିଲେ ନଜରକୁ ଆଣନ୍ତୁ, କେହି ବର୍ତ୍ତିବେନି। ସେ ଦୃଷ୍ଟିରୁ ବିଭାଗ ପ୍ରତି ମାସ ଆସେସମେଣ୍ଟ କରୁଛି। ଦୁର୍ନୀତିର ପରିମାଣ ଅପେକ୍ଷାକୃତ କମିଛି। ରାତାରାତି ଦୁର୍ନୀତି କମିବ ନାହିଁ। କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୀବନ ସାରା ପଶ୍ଚତାପ କରିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ।ଭିଜିଲାନ୍ସ ଓ ପୁଲିସ ଆକ୍ସନ ନେବା ପୂର୍ବରୁ ବିଭାଗ ପହଞ୍ଚିବ। ଲୋକେ ଅଭିଯୋଗ ଆଣିଲେ ତୁରନ୍ତ ଆକ୍ସନ ନିଆଯାଉଛି।

  • Related Posts

    ଗାନ୍ଧିମାର୍ଗରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା

    ପୁଣି ରାଜରାସ୍ତାରେ ଗର୍ଜିଲେ ଗୁରୁ। ୪ ଦଫା ଦାବି ନେଇ ଗାନ୍ଧି ମାର୍ଗରେ ଗର୍ଜନ। ବାଧା ଦେଉଥିଲା ବର୍ଷା, ହକ୍ ପାଇଁ ଲଢୁଥିଲେ ଶିକ୍ଷକ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ୨୦…

    Continue reading
    ବର୍ଷା: ମୟୂରଭଞ୍ଜ-ବାଲେଶ୍ୱର-କେନ୍ଦ୍ରାପଡ଼ାକୁ ରେଡ୍‌ ଆଲର୍ଟ

    ବଙ୍ଗୋପସାଗରରେ ଅବପାତ। ଆଜି ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଡିପ୍ରେସନ୍ ଏବେ ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି। ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ