
ବ୍ରହ୍ମପୁର: ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା। ବ୍ରହ୍ମପୁର ଜେଲରୁ ବାହାରିଲେ ଆଶାୟୀ ପ୍ରଥମେ ୬ ଯୁବତୀ ବାହାରିଲେ। ଏହି ସମୟରେ ସାମ୍ବାଦିକଙ୍କୁ କିଛି ଆଶାୟୀଙ୍କ ପରିବାର ସଦସ୍ୟ ବାଇଟ ଦେଇ କହିଛନ୍ତି ଯେ, ନ୍ୟାୟାଳୟ ଆମେ ପିଲାଙ୍କ ସହ ରହିଛୁ। ପିଲା କୌଣସି ଅପରାଧ କରି ନାହାନ୍ତି। ସମସ୍ତେ ମାସେ ଜେଲରେ ରହିଲେ। ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି। ଆମର ନ୍ୟାୟାଳୟ ଉପରେ ବିଶ୍ୱାସ ରହିଛି। ଏହାକୁ ଚ୍ୟାଲେଞ୍ଜ କରି ଆଗାମୀ ଦିନରେ ହାଇକୋର୍ଟ ଯିବୁ। ଆମକୁ ନ୍ୟାୟ ମିଳିବ। ପରେ ଅନ୍ୟ ସମସ୍ତ ୧୦୮ ଜଣ ଆଶାୟୀ ଜେଲରୁ ଜାମିନ୍ରେ ମୁକୁଳିଥିଲେ। ସୂଚନା ଅନୁଯାୟୀ, ବୁଧବାର ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି) ଦ୍ୱାରା ଆୟୋଜିତ ପୁଲିସ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କରିଥିଲେ କୋର୍ଟ । ମାମଲାରେ ମୋଟ ୧୨୩ ଜଣ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ ଓ ୭ ଜଣ ଦଲାଲଙ୍କ ସମେତ ମୋଟ ୧୨୧ ଜଣ ଜାମିନ୍ ପାଇଁ କୋର୍ଟରେ ଆବେଦନ କରିଥିଲେ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଜ୍ଞାନେନ୍ଦ୍ର କୁମାର ବାରିକ ଜାମିନ ଆବେଦନର ଶୁଣାଣି କରି ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ୭ ଜଣ ଦଲାଲଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।



