
ଭୁବନେଶ୍ୱର: ଜେଲରେ ଖାଲିଥିବା ୱାର୍ଡର ପଦବୀ ପୂରଣ ନହେବା ପର୍ଯ୍ୟନ୍ତ ଏଣିକି ହୋମଗାର୍ଡ ଜେଲ ଜଗିବେ । ଅସ୍ଥାୟୀଭାବେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଡୁ୍ୟଟି କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି ଅଧିକ ଦରକାର ପଡେ଼ ତେବେ ନିୟମିତ ନିଯୁକ୍ତି ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ୬୦୦ ୱାର୍ଡର ପଦବୀ ଖାଲି ପଡ଼ିଥିବାରୁ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ୱାର୍ଡର ପଦବୀ ପୂରର ପ୍ରକ୍ରିୟା ଜାରି ରହିଥିବାରୁ ହୋମଗାର୍ଡମାନେ ଦାୟିତ୍ୱରେ ରହିବେ । ଏନେଇ ଜେଲ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଏସପିଙ୍କୁ ଚିଠି କରାଯାଇଛି ।



