ଜେଲ ଭିତରେ ରକ୍ତାକ୍ତ ସଂଘର୍ଷ: ୧୦ ମୃତ, ୧୬ ଆହତ

ମେକ୍ସିକୋ: ମେକ୍ସିକୋର ସିନାଲୋଆ ରାଜ୍ୟରେ ଥିବା ଏକ ଜେଲରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଗୋଟିଏ ସପ୍ତାହ ଭିତରେ ମେକ୍ସିକୋ ଜେଲରେ ଏପରି ଦ୍ୱିତୀୟ ବଡ଼ ହିଂସାକାଣ୍ଡ ଘଟିଛି। ମେକ୍ସିକୋର ଉତ୍ତର-ପଶ୍ଚିମାଞ୍ଚଳରେ ଥିବା ସିନାଲୋଆ ରାଜ୍ୟର ମାଜାଟ୍‌ଲାନ୍ ସହରସ୍ଥିତ ‘ଏଲ୍ କାଷ୍ଟିଲୋ’ ପେନିଟେନିଆରୀ ଜେଲ ଭିତରେ କଏଦୀମାନଙ୍କ ପରିବାରବର୍ଗଙ୍କ ସାକ୍ଷାତ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହଠାତ୍ ଏହି ହିଂସାକାଣ୍ଡ ହୋଇଥିଲା।

ସିନାଲୋଆର ଜନସୁରକ୍ଷା ସଚିବ ସିନୁହେ ଟେଲେଜଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୯ ଜଣ କଏଦୀ ଓ ଜଣେ ନାବାଳକ ଭିଜିଟର୍ ଅଛନ୍ତି। ଏହା ବ୍ୟତୀତ ଆହତ ହୋଇଥିବା ୧୬ ଜଣ କଏଦୀଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଖବର ପାଇବା ପରେ ସେନା, ନ୍ୟାସନାଲ୍‌ ଗାର୍ଡ, ନୌସେନା ଓ ରାଜ୍ୟ ସୁରକ୍ଷା ବାହିନୀର ଯବାନମାନେ ଜେଲ୍‌ ଭିତରକୁ ପ୍ରବେଶ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ହିଂସାକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନାହିଁ। ତଦନ୍ତ ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସଂଘର୍ଷ ସମୟରେ କେତେକ କଏଦୀଙ୍କ ପାଖରେ ଅସ୍ତ୍ର ଥିଲା।

  • Related Posts

    ବିସ୍ଫୋରକ ନଷ୍ଟ ବେଳେ ୪ ସିଆରପିଏଫ ଯବାନ ଆହତ, ୨ ଗୁରୁତର

    ସୁକମା: ଛତିଶଗଡ଼ର ସୁକମା ଜିଲ୍ଲାରେ ଅବ୍ୟବହୃତ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବେ ନଷ୍ଟ କରାଯାଉଥିବା ସମୟରେ ଏକ ଆକସ୍ମିକ ବିସ୍ଫୋରଣ ଘଟି ୪ ଜଣ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଯବାନ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା…

    Continue reading
    ସ୍ମିତ ମଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

    ନୂଆଦିଲ୍ଲୀ: ଫ୍ଲାଏଦୁବାଇ ଫ୍ଲାଇଟରେ ଅସାଧାରଣ ସାହସିକତା ପାଇଁ ଭାରତୀୟ ପାଇଲଟ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ ପ୍ରଦାନ କରାଯିବ । ବିମାନରେ ଥିବା 170ରୁ ଅଧିକ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା କ୍ୟାପ୍ଟେନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ