ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଘୋଷଣା କରିଛନ୍ତି । ମିଡିଆ ରିପୋର୍ଟସ ଅନୁସାର ଭାରତୀୟ ନୌସେନା ପି-୮ ସାମୁଦ୍ରିକ ବିମାନ କ୍ରୟ ନିମନ୍ତେ ଡିଲ କରିଥିଲା। ଏବେ କୁହାଯାଉଛି ଏହି ଡିଲ ବାତିଲ କରି ଦିଆଗଲା।

ଉଲ୍ଲେଖଯୋଗ୍ୟ ଯେ ଭାରତ ଉପରେ ଆମେରିକା ୫୦% ଟାରିଫ ଲାଗୁ କରିଛି। ଏଥିରେ ୨୫% ଟାରିଫ ୭ ଅଗଷ୍ଟ ଗୁରୁବାର ଲାଗୁ ହୋଇଥିବା ବେଳେ ଅତିରିକ୍ତ ଟାରିଫ ୨୭ ଅଗଷ୍ଟରୁ ଲାଗୁ ହେବ। ରିପୋର୍ଟ ଅନୁସାରେ ଆମେରିକା ଠାରୁ ଭାରତ ଏଫ-୩୫ ଯୁଦ୍ଧ ବିମାନ ମଧ୍ୟ କିଣିବ ନାହିଁ। ଏବେ ଇଣ୍ଡିଆ ଫାଇଟର ଜେଟ୍ ପାଇଁ ଫ୍ରାନ୍ସ ସହିତ ସମ୍ପର୍କରେ ଅଛି। କୁହାଯାଉଛି ଫ୍ରାନ୍ସର ଡାସଲ୍ଟ ରାଫେଲ ଭାରତ ନିମନ୍ତେ ଏଫ-୩୫ ଠାରୁ ଭଲ ଅପ୍ସନ।

ଟ୍ରମ୍ପଙ୍କ ୫୦% ଟାରିଫ ଯୋଗୁ ଇଣ୍ଡିଆରୁ ଆମେରିକାକୁ ରପ୍ତାନୀ ମହଙ୍ଗା ହୋଇଯାଇଛି। ଏଥିରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ୨ଟି ବଡ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ଟାରିଫର ଜବାବ ରୂପେ ଦେଖା ଯାଉଛି। ସୂଚନା ଅନୁସାରେ ଜୁଲାଇ ୨୦୨୫ରେ ଭାରତ ଆମେରିକୀୟ କମ୍ପାନୀ ବୋଇଂ ସହିତ ୩୧,୫୦୦ କୋଟି ଟଙ୍କାର ଡିଲ ହୋଇଥିଲା। ଏହି ଡିଲ ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବାର ଥିଲା। ଟ୍ରମ୍ପ ଭାରତ ଉପରେ ଅଗଷ୍ଟ ୬ ତାରିଖରେ ଆଡିସନାଲ ଟାରିଫ ଲାଗୁ କରିଥିବା ବେଳେ ଅଗଷ୍ଟ ୭ ତାରିଖରେ ଭାରତ ଡିଫେନ୍ସ ଡିଲ କ୍ୟାନସଲ କରିଦେଇଛି।

କୁହାଯାଉଛି ଭାରତୀୟ ନୌସେନାକୁ ମିଳିବାକୁ ଥିବା ଆମେରିକୀୟ ବିମାନ ବେଶ୍ ଆଡଭାନ୍ସ ଓ ଅତ୍ୟାଧୁନିକ। କେବଳ ଏତିକି ନୁହେଁ ଏହାର ମାରକ କ୍ଷମତା ପ୍ରାୟ ୩୫୦ କିଲୋମିଟର ପର୍ଯ୍ୟନ୍ତ। ଏବେ ସମ୍ଭବତଃ ଏହା ବଦଳେ ଫ୍ରାନ୍ସଠାରୁ ଫାଇଟର ଜେଟ୍ କିଣାଯାଇ ପାରେ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ