ଟ୍ରମ୍ପ ଜିତିବା ପକ୍କା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ଏକପ୍ରକାର ନିଶ୍ଚିତ । ଭୋଟ ଗଣତି ଚାଲିଥିବାବେଳେ ଟ୍ରମ୍ପ ବହୁ ଆଗରେ ଅଛନ୍ତି । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ  ମ୍ୟାଜକ ନମ୍ବର ପାଖରେ ପହଞ୍ଚି ସାରିଲେଣି ।

ଆଜି ସକାଳେ (ଭାରତୀୟ ସମୟ) ଭୋଟିଂ ଶେଷ ହେବା ପରେ ବିଭିନ୍ନ ରାଜ୍ୟର ପ୍ରାଦେଶିକ କେନ୍ଦ୍ରରେ ମତ ଗଣନା ଜାରି ରହିଛି । ତେବେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ସୁଦ୍ଧା ପ୍ରାରମ୍ଭିକ ଫଳାଫଳରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ, ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ପଛରେ ପକାଇଛନ୍ତି । ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏପର୍ୟ୍ୟନ୍ତ ଟ୍ରମ୍ପ ୯୯ ଆସନରେ ବିଜୟୀ ହୋଇଥିବା ବେଳେ ୨୭ଟି ଆସନରେ ବିଜୟୀ ହୋଇଛନ୍ତି ହାରିସ । ତେବେ ଗଣତି ଅନୁସାରେ ଏହି ଧାରାରେ ପରିବର୍ତ୍ତନ ମଧ୍ୟ ଦେଖାଯାଇପାରେ । ଏହି ଗଣତି ଓ ଟ୍ରେଣ୍ଡ ଉପରେ ଏବେ ସାରା ବିଶ୍ବର ନଜର ରହିଛି ।
ଏକାଧିକ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହାରିସ ୨୭ଟି ଆସନରେ ବିଜୟୀ ହୋଇଛନ୍ତି । କଲମ୍ବିଆ ଜିଲ୍ଲା (ଓ୍ବାଶିଂଟନ-ଡିସି)ର ସମସ୍ତ ୩ ଆସନ, ମେରିଲ୍ୟାଣ୍ଡର ୧୦ ଇଲୋକ୍ଟୋରାଲ ଆସନ, ମାସାଚୁସେଟ୍ଟାସର ୧୧ ଆସନ ଓ ବରମୋଣ୍ଟର ୩ ଆସନରେ ହାରିସଙ୍କ ପାର୍ଟିର ଇଲେକ୍ଟର ବିଜୟୀ ହୋଇଛନ୍ତି । ସେହିପରି ଟ୍ରମ୍ପ ଏହି ବ୍ୟବଧାନରେ ହାରିସଙ୍କଠାରୁ ଭଲ ବ୍ୟବଧାନରେ ଆଗରେ ଚାଲିଛନ୍ତି । ଆଲାବାମାର ୯ ଆସନ, ଫ୍ଲୋରିଡା ୩୦, ଇଣ୍ଡିଆନା ୧୧, କେଣ୍ଟୁକି ୮, ମିସୌରୀ ୧୦, ଚକାଲୋମାର ୭ ଆସନ ସହ ଦକ୍ଷିଣ-କାରୋଲିନା ୯, ଟେନେସୀ ୧୧ ଓ ପଶ୍ଚିମ-ଭର୍ଜିନିଆର ୪ ଟି ଆସନକୁ ମିଶାଇ ଟ୍ରମ୍ପ ଏପର୍ୟ୍ୟନ୍ତ ୯୯ ଟି ଆସନରେ ବିଜୟୀ ହୋଇଛନ୍ତି ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ