
ଭୁବନେଶ୍ବର: ବିଜେଡି ପକ୍ଷରୁ ଦଳର ମିଡିଆ ସେଲକୁ ପୁନର୍ଗଠନ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଆଜି ଇଲେକ୍ଟ୍ରୋନିକ ମିଡିଆ, ପ୍ରିଣ୍ଟ ମିଡିଆ, ସୋସିଆଲ ମିଡିଆ ଓ ଆଇଟି ସହ ବିଭିନ୍ନ ଦାୟିତ୍ୱ ପାଇଁ ନୂଆ ଟିମ ଘୋଷଣା କରାଯାଇଛି । ଏହି ଆଦେଶ ତତ୍କାଳ ଲାଗୁ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଇଲେକ୍ଟ୍ରୋନିକ୍ ମିଡିଆର ଚିଫ୍ କୋଅର୍ଡିନେଟର ଡକ୍ଟର ଅରୁଣ କୁମାର ସାହୁ, ପ୍ରିଣ୍ଟ ମିଡିଆର ଚିଫ୍ କୋଅର୍ଡିନେଟର ଭାବେ ସଞ୍ଜୟ କୁମାର ଦାସବର୍ମା, ସୋସିଆଲ ମିଡିଆ ଓ ଆଇଟି ପାଇଁ ପ୍ରତାପ ଜେନାଙ୍କୁ ଚିଫ୍ କୋଅର୍ଡିନେଟର ଦାୟିତ୍ୱ ଦିଆଯାଇଛି ।
ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ଡ. ଅରୁଣ କୁମାର ସାହୁଙ୍କୁ ଚିଫ୍ କୋଅର୍ଡିନେଟର, ଦେବେଶ ଆଚାର୍ଯ୍ୟଙ୍କୁ ସିନିୟର କୋଅର୍ଡିନେଟର ଏବଂ ଲେନିନ୍ ମହାନ୍ତିଙ୍କୁ କୋଅର୍ଡିନେଟର ଭାବେ ଦାୟିତ୍ୱ ଦିଆଯାଇଛି ।
ପ୍ରିଣ୍ଟ ମିଡିଆର ଚିଫ୍ କୋଅର୍ଡିନେଟର ଭାବେ ସଞ୍ଜୟ କୁମାର ଦାସବର୍ମା, ସିନିୟର କୋଅର୍ଡିନେଟର ଭାବେ ଗୌତମ ବୁଦ୍ଧ ଦାସ ଏବଂ କୋଅର୍ଡିନେଟର ଭାବେ ପ୍ରିୟବ୍ରତ ମାଝୀଙ୍କୁ ଦାୟିତ୍ୱ ମିଳିଛି ।
ସୋସିଆଲ ମିଡିଆ ଓ ଆଇଟି ପାଇଁ ପ୍ରତାପ ଜେନାଙ୍କୁ ଚିଫ୍ କୋଅର୍ଡିନେଟର, ପ୍ରଣବ କୁମାର ବଳବନ୍ତରାୟଙ୍କୁ ସିନିୟର କୋଅର୍ଡିନେଟର କରାଯାଇଛି । ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ କୋଅର୍ଡିନେଟର ଏବଂ ଅମ୍ରେଶ ପାତ୍ରୀଙ୍କୁ ଆଇଟି କୋଅର୍ଡିନେଟର ଦାୟିତ୍ୱ ଦିଆଯାଇଛି ।
ଦଳର ନ୍ୟାସନାଲ୍ ସ୍ପୋକ୍ସପର୍ସନ ବା ଜାତୀୟ ମୁଖପାତ୍ର ତାଲିକା ଜାରୀ ହୋଇଛି । ଦଳର ରାଜ୍ୟସଭା ସାଂସଦ ଡ. ସନ୍ତୃପ୍ତ ମିଶ୍ର, ଡ. ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆଙ୍କ ସମେତ ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କୁ ତାଲିକାରେ ସାମିଲ କରାଯାଇଛି ।
ବିଜେଡିର ନୂଆ ଷ୍ଟେଟ୍ ସ୍ପୋକ୍ସପର୍ସନ୍ ବା ମୁଖପାତ୍ର ତାଲିକାରେ ମୋଟ ୩୦ ଜଣଙ୍କୁ ସ୍ଥାନ ମିଳିଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରିନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସ, ଚନ୍ଦ୍ରଶେଖର ସାହୁ, ସୁଦାମ ମାରାଣ୍ଡି, ଦିବ୍ୟଶଙ୍କର ମିଶ୍ର, ସାରଦା ପ୍ରସାଦ ନାୟକ, ରମେଶ ମାଝୀ, ପ୍ରୀତିରଞ୍ଜନ ଘଡ଼ାଇ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ରାଜେନ୍ଦ୍ର କୁମାର ସାହୁ, ବ୍ୟୋମକେଶ ରାୟ, ସୁଲୋଚନା ଦାସ, ସୁବାସ ସିଂହ, ସର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ରଞ୍ଜିତା ସାହୁ, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ଅଛନ୍ତି ।
ଦଳ ପକ୍ଷରୁ ୨୦ ଜଣଙ୍କୁ ସିନିୟର ପ୍ୟାନେଲିଷ୍ଟ ଭାବେ ମନୋନୀତ କରାଯାଇଛି । ବିଭିନ୍ନ ଗଣମାଧ୍ୟମରେ ଦଳ ପକ୍ଷ ରଖିବେ । ତାଲିକାରେ ଗଣେଶ୍ୱର ବେହେରା, ଧ୍ରୁବଚରଣ ସାହୁ, ମହେଶ ସାହୁ, ରବିନାରାୟଣ ନନ୍ଦ, ପ୍ରଶାନ୍ତ କୁମାର ମୁଦୁଲି, ଜଗନ୍ନାଥ ସାରକା, ସୁଧୀର କୁମାର ସାମଲ, ମାଧବ ସର୍ଦାର, ଉମାକାନ୍ତ ସାମନ୍ତରାୟ, ଶ୍ରୀକାନ୍ତ ସାହୁ, ଶାରଦା ପ୍ରସନ୍ନ ଜେନା, ମାନସ ମାଡକାମୀ, ପ୍ରଦୀପ କୁମାର ଦିଶାରୀ, ପ୍ରଦୀପ କୁମାର ସାହୁ, ବିଜୟ ନାୟକ, ମିନତୀ ବେହେରା, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା ଓ ମିହିର ରାୟଙ୍କ ସମେତ ରବି ନାରାୟଣ ସିଂହଦେଓଙ୍କ ନାମ ରହିଛି ।
ବିଜେଡି ପକ୍ଷରୁ ସୋସିଆଲ ମିଡିଆ ଷ୍ଟିୟରିଂ କମିଟି ମଧ୍ୟ ଗଠନ କରାଯାଇଛି । ପ୍ରୀତିରଞ୍ଜନ ଘଡ଼ାଇ, ସୁଲତା ଦେଓ, ବ୍ୟୋମକେଶ ରାୟ, ସ୍ୱରୂପ ଦାସ, ଅନନ୍ତ ନାରାୟଣ ଜେନା, ନଳିନୀକାନ୍ତ ପ୍ରଧାନ, ରୁପେଶ କୁମାର ପାଣିଗ୍ରାହୀ, ଚିନ୍ମୟାନନ୍ଦ ସିରୁପ ଦେବ, ବର୍ଷା ସିଂହ ବରିହା, ସୁନିଲ ମହାନ୍ତି, ସୁଦର୍ଶନ ହରିପାଲ, ସଞ୍ଜୀବ ମଲ୍ଲିକ, ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ଅବିନାଶ ସାମଲ, ସୁଜାତା ସାହୁ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସରୋଜ ମେହେର, ମୁକେଶ କୁମାର ପାଲ ଓ ରୁଦ୍ର ପ୍ରତାପ ମହାରଥୀଙ୍କୁ କମିଟିରେ ସାମିଲ କରାଯାଇଛି ।
ଆଇଟି କ୍ଷେତ୍ର ପାଇଁ ୧୫ ଜଣଙ୍କୁ ନେଇ ଆଇଟି ଷ୍ଟିୟରିଂ କମିଟି ଗଠନ ହୋଇଛି । ଏଥିରେ ତୁଷାର କାନ୍ତି ବେହେରା, ଚନ୍ଦ୍ର ସାରଥି ବେହେରା, ସୁଶାନ୍ତ ରାଉତ, ବିଭୂତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ମାଧବ ଧଡ଼ା, ସୁକାନ୍ତ ନାୟକ, ଅଭିମନ୍ୟୁ ସେଠୀ, ପ୍ରଶାନ୍ତ ବେହେରା, ବିଶ୍ୱ ରଞ୍ଜନ ମଲ୍ଲିକ, ରୋହିତ ଜୋସେଫ ତିର୍କୀ, ମନୋରମା ମହାନ୍ତି, ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିପ୍ଲବ ପାତ୍ର ଓ ଭିଷ୍ମଭୂଷଣ ରାଉତରାୟ ରହିଛନ୍ତି ।







