
ଢେଙ୍କାନାଳ: ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ଥିବା ମେରାମଣ୍ଡଳୀ ଷ୍ଟେସନ ନିକଟରେ ଦନ୍ତା ହାତୀ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ମୃତ ହାତୀଟି ୧୪ରୁ ୧୫ ବର୍ଷ ହେବା ବୋଲି ପୂର୍ବାନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ରେଳଧାରଣା ପାର ହୋଇ ଯାଉଥିଲେ। ଏହି ସମୟରେ ମାଲବାହୀ ଟ୍ରେନଟି ସେହି ଟ୍ରାକ ଦେଇ ଯିବା ବେଳେ ହାତୀଟିକୁ ଧକ୍କା ଦେଇଥିଲା। ହାତୀଟି ଛିଟିକି ତଳେ ଅନ୍ୟତ୍ର ପଡ଼ିଯାଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା।ବନ ବିଭାଗ ଟିମ ଓ ସ୍ଥାନୀୟ ପୁଲିସ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଥିଲେ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। ପୁଲିସ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି।



