ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ: ୯ ଭାରତୀୟ ନାବିକ ଉଦ୍ଧାର, ୨ ନିଖୋଜ

ନୂଆଦିଲ୍ଲୀ: 11 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଟ୍ୟାଙ୍କର ‘ଏମ୍‌ଟି ପେଟ୍ରୋ ଡଲଫିନ’ (MT Petro Dolphin) ଉପରେ ଓମାନ ଉପକୂଳର ସୋହର ଆଙ୍କରେଜ (Sohar Anchorage)ରେ ଡ୍ରୋନ ଆକ୍ରମଣ ହୋଇଛି । ଏଥିରେ 2 ଜଣ ଭାରତୀୟ ନାବିକ ନିଖୋଜ ଅଛନ୍ତି । 9 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ସେମାନେ ସୁରକ୍ଷିତ ଅଛନ୍ତି । ନିଖୋଜ କର୍ମଚାରୀମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି ।ସୋସିଆଲ ମିଡିଆ Xରେ ଏକ ପୋଷ୍ଟରେ, ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, 9 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି । କିନ୍ତୁ 2 ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି । ସ୍ଥାନୀୟ ତଟରକ୍ଷୀ ବାହିନୀ ଦ୍ୱାରା ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସକ୍ରିୟ ଭାବରେ ଜାରି ରହିଛି ।ଓମାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ କହିଛି ଯେ, ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ।ପୂର୍ବରୁ, ଅକ୍ଟୋବର 9 ତାରିଖରେ, ପାନାମା ପତାକା ବହନ କରିଥିବା ଅଶୋଧିତ ତୈଳ ଟ୍ୟାଙ୍କର MT GEM NO. 2, 22 ଜଣ ଭାରତୀୟ ନାଗରିକଙ୍କୁ ନେଇ ଶାରଜାହ ଆଙ୍କରେଜରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିଲା । ସୋନୋୱାଲ କହିଥିଲେ ଯେ, ଏଥିରେ ଥିବା ସମସ୍ତ 22 ଜଣ ଭାରତୀୟ ନାବିକ ସୁରକ୍ଷିତ ଥିଲେ ।

  • Related Posts

    ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ମହଙ୍ଗା

    ନୂଆଦିଲ୍ଲୀ,: ଆଉ ଏକ ପ୍ରାଇଭେଟ୍ ଫୁଏଲ୍ କମ୍ପାନୀ ଜାଳେଣି ତେଲର ଦର ବୃଦ୍ଧି କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ ସଂସ୍ଥା ‘ଜିଓ-ବିପି’ ପେଟ୍ରୋଲ ଦରରେ ୫ ଟଙ୍କା ଏବଂ ଡିଜେଲ ଦରରେ ୩ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛି…

    Continue reading
    ସ୍କୁଟର ଉପରେ ଚଢ଼ିଗଲା କାର୍, ୩ ମୃତ

    ସ୍କୁଟର ଉପରେ ଚଢ଼ିଗଲା କାର୍ । ଚାଲିଗଲା ୩ ଜଣ ଶିକ୍ଷାର୍ଥୀଙ୍କ ଜୀବନ। ରବିବାର ରାତି ପ୍ରାୟ ୨ଟା ବେଳେ କେରଳର କୋଚି ବିମାନ ବନ୍ଦର ନିକଟରେ ଘଟିଛି ଏହି ଦୁର୍ଘଟଣା।ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଯୁବତୀ। ମୃତକମାନେ ହେଉଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ