ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କୁ DGP ଭାବେ ନିଯୁକ୍ତି ପାଇଁ କପିଳାସରେ ପ୍ରାର୍ଥନା

କପିଳାସ, ଢେଙ୍କାନାଳ: ଢେଙ୍କାନାଳ ମାଟିର ଗର୍ବ ଓ ଗୌରବ, ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନ ଅଗ୍ନିଶମ ସେବା ଓ ହୋମଗାର୍ଡ ବିଭାଗର ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଅବସ୍ଥାପିତ କରିବା ପାଇଁ କପିଳାସ ସୁରକ୍ଷା ପରିଷଦ ଓ ସେବାୟତ ସଂଘ ପକ୍ଷରୁ ଶ୍ରୀ ଜିଉ ଙ୍କ ନିକଟ ରେ ପ୍ରାର୍ଥନା କରାଯାଇଛି ।
ଏହି ଅବସରରେ କପିଳାସ ପୀଠର ସେବାୟତମାନଙ୍କ ପକ୍ଷରୁ ପବିତ୍ର କପିଳାସ ଧାମରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇ ଡଃ ଷଡ଼ଙ୍ଗୀଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା। ପରେ ଶ୍ରୀଜୀଉଙ୍କୁ ଜଳଲାଗି କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ସୁସ୍ଥତା ଓ ରାଜ୍ୟର ସେବାରେ ଆହୁରି ଉଚ୍ଚ ଦାୟିତ୍ୱ ପାଇବା ପାଇଁ କାମନା କରାଯାଇଥିଲା।
ଡଃ ସୁଧାଂଶୁ ଷଡ଼ଙ୍ଗୀ ଜଣେ ଦକ୍ଷ, ଅଭିଜ୍ଞ ଓ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ଭାବେ ଦୀର୍ଘଦିନ ଧରି ରାଜ୍ୟ ଓ ଦେଶର ସେବା କରିଆସୁଛନ୍ତି। ତାଙ୍କର ପ୍ରଶାସନିକ ଦକ୍ଷତା, ନେତୃତ୍ୱ ଗୁଣ, ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ତାଙ୍କୁ ଜଣେ ବିଶିଷ୍ଟ ଅଧିକାରୀ ଭାବେ ପରିଚିତ କରିଛି।
ଢେଙ୍କାନାଳ ଜିଲ୍ଲାର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ତାଙ୍କର ଏଭଳି ଉଚ୍ଚ ଦାୟିତ୍ୱରେ ଅବସ୍ଥାପନ ଢେଙ୍କାନାଳବାସୀ ଓ ସାରା ଓଡ଼ିଶା ବାସୀ ଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ବୋଲି କପିଳାସ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।
ଏହି ପ୍ରାର୍ଥନା କାର୍ଯ୍ୟକ୍ରମରେ କପିଳାସ ପୀଠର ସେବାୟତମାନେ ଉପସ୍ଥିତ ରହି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନିକଟରେ ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ରାଜ୍ୟର ନୂତନ DGP ଭାବେ ଦାୟିତ୍ୱ ଦେବା ପାଇଁ ମଙ୍ଗଳ ପ୍ରାର୍ଥନା କରିଥିଲେ।

  • Related Posts

    ଯୁବକଙ୍କୁ ନିର୍ମମ ହତ୍ୟା

    ସମ୍ବଲପୁର : ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଫିସେରୀ ରୋଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ମୃତକ ଜଣକ ହେଲେ ଗୋପାଳ ବଂଶଲ। ତାଙ୍କ ଘର ସମ୍ବଲପୁର ସହରର ତିୱାରୀଗଳିରେ । ସମ୍ବଲପୁର ଟାଉନ୍…

    Continue reading
    ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ

    ନିଶ୍ଚିନ୍ତକୋଇଲି : ରାଜ୍ୟ ରାଜପଥ କଡ଼ରେ ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ। ପୁରୁଷ ବନ୍ଧୁଙ୍କ ସହ କାରରେ ବସିଥିବା ବେଳେ ଟେକିନେଲେ ଦୁର୍ବୃତ୍ତ। ମଙ୍ଗଳବାର ବିଳମ୍ଵିତ ରାତିରେ କଟକ ଚାନ୍ଦବାଲି ରାଜ୍ୟ ରାଜପଥ କଡ଼ରେ ଜଣେ ଯୁବତୀକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ