ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିବେ। ରାଜ୍ୟ ସରକାର ଡିଜିପି ଚୟନ କ୍ଷେତ୍ରରେ ୨୦୦୬ ପ୍ରକାଶ ସିଂ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଅନୁପାଳନକରି ନ ଥିବା ଅଭିଯୋଗକରି ବାଲେଶ୍ୱରର ଜୟନ୍ତ ଦାସ ଏକ ପିଆଇଏଲ୍‌ ଫାଇଲ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସହଯୋଗୀ ଆମିକସ୍‌କ୍ୟୁରି ରାଜୁ ରାମଚନ୍ଦ୍ର ମଧ୍ୟ ସରକାର ଡିଜିପି ଚୟନରେ ସ୍ବଚ୍ଛତା ରକ୍ଷାକରି ନ ଥିବା ଅଭିଯୋଗ କରିଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରି ୨ଟି ରିପୋର୍ଟ ମଧ୍ୟ ଦାଖଲ କରିସାରିଛନ୍ତି। ସରକାର ୨ ଜଣ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜି ପାହ୍ୟାକୁ ଯେଉଁଭଳି ପଦୋନ୍ନତି ଦେଇଛନ୍ତି ତାକୁ ନେଇ ମଧ୍ୟ ଅମିକସ୍‌କ୍ୟୁରି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ରର ପୂର୍ବତନ ଗୋଇନ୍ଦା ସ୍ବତନ୍ତ୍ର ନିର୍ଦ୍ଦେଶକ ଯଶବର୍ଦ୍ଧନ ଝା ଆଜାଦ ମଧ୍ୟ ଓଡ଼ିଶା ସରକାର ଡିଜିପି ଚୟନ ବିଷୟରେ ସ୍ବଚ୍ଛତା ରଖିନାହାନ୍ତି ବୋଲି ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖି ଜଣାଇଥିଲେ। ସେଥିରେ ସେ ଆହୁରି କହିଥିଲେ, ଯଦି ଓଡ଼ିଶା ସରକାର ଏଭଳି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଡିଜିପି ଚୟନ କରିବେ ନାହିଁ, ତେବେ ଆଗକୁ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟତିକ୍ରମ ଦେଖାଯିବ। ଅନ୍ୟପଟେ ମେ ୧୪ରେ ରାଜ୍ୟ ସରକାର ଡିଜିପି ପଦ ଲାଗି ପ୍ରସ୍ତୁତ କରିଥିବା ୧୧ ଜଣିଆ ଆଇପିଏସ୍‌ ଅଫିସରଙ୍କ ତାଲିକାରୁ ଶେଷ ମୁହୂର୍ତ୍ତରେ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ବର୍ତ୍ତମାନ ଓଡ଼ିଶାର ଜେଲ ଡିଜି ଥିବା ସୁଶାନ୍ତ କୁମାର ନାଥଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ଡିଜିପି ପଦବୀ ଦୌଡ଼ରୁ ନାଥ ବାଦ୍‌ ପଡ଼ିଯାଇଛନ୍ତି। ୨୦୨୫ରେ ରାଜ୍ୟରେ ହେବାକୁ ଥିବା ଏସ୍‌ଆଇ ପରୀକ୍ଷାରେ ନାଥଙ୍କୁ ଜେରା କରାଯାଇପାରେ। ଏଭଳି ଉଲ୍ଲେଖ ଥିବା ଏକ ଚିଠି ଦେଖାଇ ସରକାର ତାଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିଛନ୍ତି। ମାତ୍ର ଜଣେ ଡିଜିପି ପଦର ଆଶାୟୀଙ୍କୁ ତାଲିକାରୁ ବାଦ୍‌ଦେବା ଲାଗି ଯେଉଁ ନିୟମ ରହିଛି ତାକୁ ସରକାର ଠିକ୍‌ ଢଙ୍ଗରେ ସୁଶାନ୍ତ ନାଥଙ୍କ କ୍ଷେତ୍ରରେ ପାଳନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇ ସୁଶାନ୍ତ ଏହି ମାମଲାରେ ଗତ ୭ ତାରିଖରେ ନିଜକୁ ସୁପ୍ରିମକୋର୍ଟରେ ଏକ ପକ୍ଷ କରିଛନ୍ତି। ସୁଶାନ୍ତଙ୍କ ଓକିଲ କରୁଣା ନନ୍ଦୀ କୋର୍ଟରେ କହିଛନ୍ତି, ରାଜ୍ୟ ସରକାର ଅଯଥାରେ ସୁଶାନ୍ତଙ୍କୁ ଅପଦସ୍ଥ କରିବାକୁ ଚେଷ୍ଟା କରିଛନ୍ତି। ୩୨ ବର୍ଷ ଚାକିରି କାଳରେ ସୁଶାନ୍ତଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ। ଯେଉଁଭଳି ଢଙ୍ଗରେ ସୁଶାନ୍ତଙ୍କ ସ୍ବଚ୍ଛତା ପ୍ରମାଣପତ୍ର କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ନିକଟରୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ସରକାର ଏହି ପ୍ରସଙ୍ଗରେ ଯେଉଁମାନେ ପ୍ରଶ୍ନ ଉଠାଇଛନ୍ତି ସେସବୁ ବିଷୟରେ ସୁପ୍ରିମକୋର୍ଟଙ୍କ ନିକଟରେ ଉତ୍ତର ରଖିବେ। ତେବେ ଆମିକସ୍‌କ୍ୟୁରି, ଜୟନ୍ତ ଦାସ ଏବଂ ବର୍ତ୍ତମାନ ସୁଶାନ୍ତ ନାଥ ଉଠାଇଥିବା ପ୍ରଶ୍ନର ଉତ୍ତର ସରକାର କ’ଣ ରଖୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ