ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର: ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର ଥିଲା। କିଛି ଜରୁରୀ ବିଷୟ ଉପରେ ଶୁଣାଣି ରହିବାରୁ ଡିଜିପି ଚୟନ ବାବଦ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଡିଜିପି ଚୟନ କ୍ଷେତ୍ରରେ ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବାଲେଶ୍ୱରର ଜୟନ୍ତ ଦାଶ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ଫାଇଲ୍‌ କରିଥିଲେ। ଉକ୍ତ ଆବେଦନର ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ସହଯୋଗୀ ଆମିକସ୍‌କ୍ୟୁରୀ ରାଜୁ ରାମଚନ୍ଦ୍ରନ ମଧ୍ୟ ଓଡ଼ିଶା ସରକାରଙ୍କ ବିରୋଧରେ ଜୟନ୍ତ ଦାଶ ଆଣିଥିବା ଅଭିଯୋଗକୁ ଠିକ୍‌ ବୋଲି କହିବା ସହିତ ଏକ ରିପୋର୍ଟ ଦାଖଲ କରିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର କିନ୍ତୁ ଡିଜିପି ଚୟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିଥିବା ଯୁକ୍ତି ବାଢିଛନ୍ତି।ଓଡ଼ିଶାର ଆଡେଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ୟୁପିଏସ୍‌ସିକୁ ନାଁ ସୁପାରିସ୍‌ କରିବାରେ ସରକାର କିଛି ତ୍ରୁଟି କରି ନାହାନ୍ତି। ସର୍ବୋଚ୍ଚ ନ୍ୟାୟଳୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଡିଜିପି ଚୟନ ଶୁଣାଣି ୨୨କୁ ଘୁଞ୍ଚତ୍ଛି। ସେ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ତ୍ୱରିତ ଶୁଣାଣି ପାଇଁ ନିବେଦନ କରିଛନ୍ତି। ପ୍ରକାଶ ସିଂ ରାୟ ଆଧାରରେ ଓଡ଼ିଶା ସରକାର ଡିଜିପି ଚୟନ ପାଇଁ ନାମ ସୁପାରିସ୍‌ କରିଛନ୍ତି। କୌଣସି ଠାରେ ସୁପ୍ରିମ୍‌କୋର୍ଟ କହିନାହାନ୍ତି ଡିଜିପି ଚୟନ ଲାଗି କେତେ ଜଣଙ୍କ ନାମ ସୁପାରିସ କରାଯିବ। ୩ଜଣଙ୍କ ନାମ ସୁପାରିସ ନେଇ କିଛି ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି। ଯଦି ସରକାର ୟୁପିଏସ୍‌ସିକୁ ୩ଟି ନାମ ପଠାଇବେ ଏବଂ ୟୁପିଏସ୍‌ସି ୩ଟି ନାମ ଫେରାଇବ, ତେବେ ସେଥିରେ ଚୟନ କ’ଣ ହେବ। ସରକାର ସମ୍ପୂର୍ଣ୍ଣ ଆଇନସମ୍ମତ କାର୍ଯ୍ୟ କରିଛନ୍ତି। ରାଜ୍ୟରେ କିଏ ଡିଜିପି ହେବେ ତାହା ସମ୍ପୂର୍ଣ୍ଣ ସରକାରଙ୍କ ନିଜସ୍ବ ନିଷ୍ପତ୍ତି। ଏହି ମାମଲା ପଛରେ କେତେଜଣ ଅଫିସରଙ୍କ ଅଭିଷନ୍ଧି ରହିଛି ବୋଲି ପୀତାମ୍ବର କହିଛନ୍ତି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ