ଡ୍ରାଇଭର ମହାସଂଘ ସହ ଆଲୋଚନା ସଫଳ: ପରିବହନ ମନ୍ତ୍ରୀ

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଥିବାବେଳେ। ଆନ୍ଦୋଳନ ଯୋଗୁ ଠପ୍ ହୋଇପଡ଼ିଛି ଯାତ୍ରୀ ପରିବହନ। ଅବଶ୍ୟ ଶୁକ୍ରବାର ସନ୍ଧ୍ୟାରେ ଆନ୍ଦୋଳନରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ। ତେବେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଆଲୋଚନା ସଫଳ ହୋଇଛି। ସମସ୍ତ ଦାବି ସମାଧାନ କରାଯିବା ନେଇ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି ଦେଇସାରିଛନ୍ତି । ସଫଳ ଆଲୋଚନା ପରେ ମଧ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଲୋଚନା ପରେ ମଧ୍ୟ କାହିଁକି ଆନ୍ଦୋଳନ କରୁଛନ୍ତି ଆଶ୍ଚର୍ୟ୍ୟ ଲାଗୁଛି ବୋଲି କହିଛନ୍ତି ମନ୍ତ୍ରୀ। ଏହା ସହ ଆନ୍ଦୋଳନରୁ ଓହରି ଯାଆନ୍ତୁ ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି।ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ସମସ୍ୟା ଆଉ ନାହିଁ। ୪୦୦ରୁ ଉର୍ଦ୍ଧ୍ବ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛି। ୩୫ରୁ ଉର୍ଦ୍ଧ୍ବ ଡ୍ରାଇଭର ସଂଘ ପରିବହନ ବିଭାଗ ସହ ରହିଛନ୍ତି। ଆନ୍ଦୋଳନକାରୀ ଡ୍ରାଇଭର ମାନେ ଯେଉଁ ଗାଡ଼ି ଚାଳକଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଡ୍ରାଇଭରମାନେ ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବା ସରକାର ଗ୍ରହଣ କରିବେ ନାହିଁ। କଂଗ୍ରେସ ଡ୍ରାଇଭରଙ୍କୁ ନେଇ ରାଜନୀତି କରୁଛନ୍ତି। ପ୍ରତି ୧୦୦ କିଲୋମିଟର ଦୂରରେ ଡ୍ରାଇଭର ମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ପାଇଁ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।

  • Related Posts

    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading
    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ