ଢାବା ଭିତରେ ପଶିଗଲା କାର୍, ଦୁଇ ମୃତ

ରାଉରକେଲା : ଢାବା ଭିତରେ ପଶିଗଲା କାର୍, ଦୁଇ ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବୀରମିତ୍ରପୁର ନୂଆ ଗାଁର ୧୪୩ ନମ୍ବର ଜାତୀୟ ରାଜପଥରେ। ବୀରମିତ୍ରପୁରରୁ ରାଉରକେଲା ଆସୁଥିବା ଏକ କାର ଯମୁନାନାକି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କାରଟି ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ଢାବା ଭିତରକୁ ପଶି ଯାଇଥିଲା ।

ଦୁର୍ଘଟଣାରେ କାର୍ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ୍ ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନାହିଁ। ଗୁରୁତର ହୋଇଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ଜଣ ରାଉରକେଲା ଟିସିଆଇ ଅଞ୍ଚଳର ବୋଲି ସୂଚନା ମିଳିଛି । ଖବର ପାଇ ବିରମିତ୍ରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ