mp dharmendra pradhan target naveen ତଥ୍ୟକୁ ଗୋପନ ରଖି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର ; ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (MMDR Amendment Act, 2026)କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ଉତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥ୍ୟକୁ ଗୋପନ ରଖି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ପ୍ରକାଶ କରିଛନ୍ତି।

ସାଂସଦ ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ, ସଂସଦରେ ଓଡ଼ିଶାର ସ୍ୱର ଭାବରେ ଜାତୀୟ ବିକାଶ ସହ ରାଜ୍ୟର ଅର୍ଥନୀତିର ବ୍ୟାପକତା ଏବଂ ସଂରଚନାଗତ ସ୍ୱାର୍ଥ ରକ୍ଷା କରିବା ଆମର ପ୍ରାଥମିକ ଦାୟିତ୍ୱ । ଏମଏମଡିଆର ସଂଶୋଧନ ଅଧିନିୟମ, ୨୦୨୬ ହେଉଛି ଏକ ଐତିହାସିକ ପଦକ୍ଷେପ ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ରାଜ୍ୟ ରାଜସ୍ୱର ସୁରକ୍ଷା ଏବଂ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ।

ନୂତନ ଆଇନ ଅନୁଯାୟୀ, ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ । ଓଡ଼ିଶା ନିଜର ନିଲାମ ପ୍ରିମିୟମର ୧୧୦%, ରୟାଲଟିର ୧୫% ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ସମସ୍ତ ଅଂଶ ପୂର୍ବପରି ପାଇବ । ଅପରପକ୍ଷରେ ୨୦୧୪ ପୂର୍ବରୁ ମନମୁଖୀ ଭାବରେ ଅସ୍ୱଚ୍ଛ ଉପାୟରେ ନିଜ ପସନ୍ଦର ପରିବାର ଓ ସଂସ୍ଥାମାନଙ୍କୁ ଖଣି ବଣ୍ଟନ କରାଯାଉଥିଲା, ଯାହାଫଳରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ମାତ୍ର ୫,୦୦୦ କୋଟି ଟଙ୍କାରେ ସୀମିତ ଥିଲା । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଏମଏମଡିଆର ସଂଶୋଧନ ଦ୍ୱାରା ସ୍ୱଚ୍ଛ ଇ-ନିଲାମ ଏବଂ ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କରାଯାଇଥିଲା। ଫଳରେ ରାଜ୍ୟର ବାର୍ଷିକ ଖଣି ରାଜସ୍ୱ ଦଶଗୁଣ ବୃଦ୍ଧି ପାଇ ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ।

ଖଣିଜ ଜମି ଉପରେ ଅନିୟନ୍ତ୍ରିତ ଓ ମନମୁଖୀ ଶୁଳ୍କ ଲଗାଇବା ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଏବଂ ଯାଜପୁର ଭଳି ଶିଳ୍ପାଞ୍ଚଳରେ ଖଣି ଓ ଶିଳ୍ପ ବନ୍ଦ ହେବାର ଆଶଙ୍କା ଥିଲା, ଯାହା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଥାନ୍ତା। ଏହାସହ ଇସ୍ପାତ, ସିମେଣ୍ଟ, ବିଦ୍ୟୁତ୍ ଓ କୋଇଲା କଞ୍ଚାମାଲ ଖର୍ଚ୍ଚ ବୃଦ୍ଧି ପାଇ ରାଜ୍ୟର ସାଧାରଣ ମଧ୍ୟବିତ୍ତ ପରିବାର ଉପରେ ବୋଝ ହୋଇଥାନ୍ତା। ଧାରା ୯ଡି ଏହି ଅନିୟନ୍ତ୍ରିତ କରକୁ ରୋକିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରିଛି ବା ଏଭଳି ବିପଦର ଆଶଙ୍କା ଦୂରେଇ ଯାଇଛି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ୨୦୧୫ରୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ଡିଏମଏଫ୍ ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ୩୭,୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏମଏମଡିଆର୍ ସଂଶୋଧନ ବିଲ୍, ୨୦୨୬ କୁ ସମର୍ଥନ କରିଛନ୍ତି । ବିରୋଧୀ ଦଳ ନେତା ଏହି ଐତିହାସିକ ଆଇନକୁ ସମର୍ଥନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

  • Related Posts

    naveen pattanayak wrote letter to bjp mp ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି; ଓଡ଼ିଶାର ସ୍ୱାର୍ଥ ପାଇଁ ଠିଆ ହେବାକୁ ଆହ୍ବନ ଦେଲେ ନବୀନ

    ଭୁବନେଶ୍ବର: ‘ଇତିହାସ ସେମାନଙ୍କୁ ମନେ ରଖେ ଓ ସମ୍ମାନ କରେ, ଯେଉଁମାନେ ଅନ୍ୟାୟ ହେଲେ ନିଜ ଲୋକ ଓ ସେମାନଙ୍କ ସମ୍ପଦ ପାଇଁ ସ୍ୱର ଉଠାନ୍ତି । ଓଡ଼ିଶା ପାଇଁ ଏହି ଐତିହାସିକ ମୁହୂର୍ତ୍ତରେ ସାଂସଦମାନେ ଦଳୀୟ ସମର୍ଥନ ଅପେକ୍ଷା ଓଡ଼ିଶାର…

    Continue reading
    BJD MEET CEO ଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବା ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲା ବିଜେଡ଼ି

    ଭୁବନେଶ୍ୱର : ଭୋଟର ତାଲିକାରୁ ଯୋଗ୍ୟ ଓ ପ୍ରକୃତ ଭୋଟରଙ୍କ ନାମ ବାଦ୍ ପଡ଼ୁଥିବା ନେଇ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ନେଇ ବିଜୁ ଜନତା ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଭୋଟରଙ୍କ ନାମ କେଉଁ କାରଣରୁ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ