ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ ପକାନ୍ତୁ। ତରକାରି ପ୍ରସ୍ତୁତ ହୋଇଯିବା ପରେ ଆଳୁକୁ ବାହାର କରିଦିଅନ୍ତୁ। ଲୁଣର ମାତ୍ରା ଠିକ୍ ହୋଇଯିବ ଏବଂ ସ୍ବାଦିଷ୍ଟ ଲାଗିବ।
– ତରକାରିରେ ଲୁଣର ମାତ୍ରା କମ୍ କରିବା ପାଇଁ ସେଥିରେ କିଛି ଲେମ୍ବୁରସ୍ ଓ ସାମାନ୍ୟ ମାତ୍ରାରେ ଭିନେଗାର ପକାନ୍ତୁ। ଏହା ଲୁଣର ମାତ୍ରାକୁ କମ୍ କରିବା ସହ ତରକାରିକୁ ସ୍ବାଦିଷ୍ଟ କରିବ।
– କୌଣସି ତରକାରିରେ ଲୁଣର ମାତ୍ରା କମ୍ କରିବା ପାଇଁ ଆଉ କିଛି ଅଧିକ ପରିବା କିମ୍ବା ଡାଲି ପକାଇ ଦିଅନ୍ତୁ। ତରକାରି ହୁଏତ ଅଧିକ ହୋଇପାରେ, କିନ୍ତୁ ସ୍ବାଦ ଠିକ୍ ଲାଗିବ।
– ଆଳୁ, ଫୁଲକୋବି, ପନୀର, ଲାଉ ଆଦି ବିଭିନ୍ନ ପ୍ରକାର ତରକାରିରେ ଲୁଣ ଅଧିକ ହୋଇଗଲେ ସେଥିରେ ଅଳ୍ପ କିଛି କ୍ରିମ୍ ପକାନ୍ତୁ। ଲୁଣ କମ୍ ହେବା ସହ ତରକାରି ଭଲ ଲାଗିବ।
– ସେହିପରି ଲୁଣ କମ୍ କରିବା ପାଇଁ କିଛି ପନୀରକୁ କୋରି ତରକାରିରେ ପକାଇ ଦିଅନ୍ତୁ। ଫଳରେ ଲୁଣ ତ କମ୍ ହେବ ତା’ ସାଙ୍ଗକୁ ଏହା ସୁନ୍ଦର ଦେଖାଯିବା ସହ ସ୍ବାଦିଷ୍ଟ ଲାଗିବ।
– ବ୍ରେଡ୍ ୨ଖଣ୍ଡ ତରକାରିରେ ପକାଇଦେଲେ କିଛି ମାତ୍ରାରେ ଲୁଣ କମ୍ ହୋଇଯାଏ। ତେଣୁ ଏହି ପଦ୍ଧତିରେ ବି ତରକାରିକୁ ସ୍ବାଦିଷ୍ଟ କରିହେବ।
ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା
ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…





