ତାମିଲନାଡ଼ୁ ଗ୍ୟାଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କେନ୍ଦୁଝର: ତାମିଲନାଡ଼ୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାର ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏହାସହ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ। ଗତକାଲି ବିଳମ୍ବିତ ରାତିରେ ଗାଁରେ ପହଁଚିଛି ମରଶରୀର । ପୂର୍ବ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ବୁଧୁବାରୀ ମୃତ୍ୟୁ ଘଟିଛି।

ଏହି ଭୟାବହ ଘଟଣା ପରେ ସେଠାରେ କାମ କରୁଥିବା ଓଡ଼ିଶାର ୬୬ ଜଣଙ୍କୁ ରାଜ୍ୟ ସରକାର ଫେରାଇ ଆଣିଛନ୍ତି। ଏହି ଶ୍ରମିକମାନଙ୍କୁ ନେଇ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। ହରିଚନ୍ଦପୁର ଥାନା ଅଞ୍ଚଳର ଜଣେ ମହିଳା ଦଲାଲ ଏବଂ କାଳିଆହୋତା ଗ୍ରାମର ଶ୍ରୀକାନ୍ତ ଜୁଆଙ୍କ ଆର୍ଥିକ ପ୍ରଲୋଭନ ଦେଖାଇ ତାମିଲନାଡ଼ୁ ସ୍ଥିତ ( ସି- ଫୁଡ଼୍ କମ୍ପାନୀ) ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାର୍ଯ୍ୟ କରିବାକୁ ନେଇଥିଲେ। ତାମିଲନାଡ଼ୁ ପୁଲିସ ଦ୍ବାରା ଶ୍ରୀକାନ୍ତ ଅଟକ ରହିଥିବା ବିଶ୍ବସ୍ତସୂତ୍ରରୁ ଜଣାପଡିଛି।

  • Related Posts

    ମା ରମ୍ଭାଦେବୀଙ୍କ ଯାତ୍ରା,ବହୁ ଶ୍ରଦ୍ଧାଳୁଙ୍କ ସମାଗମ

    ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମାଆ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା।ସୂଚନା ଅନୁଯାୟୀ,ଅରଣ୍ୟବେଷ୍ଟିତ ପାହାଡ ଗୁମ୍ଫାରେ ମା ପୂଜା…

    Continue reading
    ପେପର୍ ଲିକ୍ ଘଟଣା: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଦେବଗଡ଼:ନିଟ ଓ ସିବିଏସଇ ପେପର୍ ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ