
ଭୁବନେଶ୍ୱର: ମାଳ ମାଳ ଆଶ୍ବାସନ ସତ୍ତ୍ବେ ରାଜ୍ୟ ସାରା ଥମୁନି ତେଲ ଯନ୍ତ୍ରଣା। ଗତକାଲି ଯୋଗାଣ ମନ୍ତ୍ରୀ କହିଥିଲେ ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣର ତେଲ ଅଛି। ତୈଳ କମ୍ପାନୀ ଅଧିକାରୀ ବି ଭରସା ଦେଇଥିଲେ ଭୟଭୀତ ହେବାର କାରଣ ନାହିଁ। ତଥାପି ଲୋକଙ୍କ ମନରୁ ଲିଭୁନି ଭୟ। କାମଧନ୍ଦା ଛାଡ଼ି ଆଜିକି ତିନି ଦିନ ହେଲା ପେଟ୍ରୋଲ ପମ୍ପରେ ଲଗାଇଛନ୍ତି ଲମ୍ବା ଲାଇନ୍?
ଡହଡହ ଖରା ହେଉ କି ରାତି ଅଧ, ତେଲ ପାଇବାକୁ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପ ଆଗରେ ଠିଆ ହୋଇ ଭୋଗୁଛନ୍ତି ଯନ୍ତ୍ରଣା। ସରକାରୀ ସ୍ତରରେ ଘନଘନ ବୈଠକ ବସୁଛି, ଆଶ୍ବାସନା ମିଳିଛି। ତଥାପି ତେଲେ ପାଇଁ ହାହାକାର ସ୍ଥିତି।







