ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକା: ଅଷ୍ଟମ ସ୍ଥାନରେ ଅଛନ୍ତି ମୋହନ

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି । ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୋହନ । ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଓ ବିଜେପି ସରକାରର ଅଭିନବ ଯୋଜନାକୁ ଦକ୍ଷତାର ସହ କାର୍ୟ୍ୟକାରୀ କରି ଏ ସଫଳତା ସେ ପାଇଛନ୍ତି । ବହୁ ପୁରୁଖା ଓ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ପଛକୁ ଠେଲି ୧୪ ମାସର ସରକାରର ମଙ୍ଗ ଧରିଥିବା ଶ୍ରୀ ମାଝୀଙ୍କ ଦକ୍ଷତାକୁ ଲୋକ ପସନ୍ଦ କରିଛନ୍ତି । ଜାତୀୟସ୍ତରର ଜଣାଶୁଣା ପତ୍ରିକା ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ମିଳିତ ସର୍ଭେରେ ଦେଶର ବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍‌ ଆଗରେ ଅଛନ୍ତି ।ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମବାସୀ ତାଙ୍କବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍‌ ଆଗରେ ଅଛନ୍ତି । ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମବାସୀ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତାକୁ ମୂଲ୍ୟାୟନ କରିଛନ୍ତି । ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ ୪୪.୬ ପ୍ରତିଶତ ହିମନ୍ତଙ୍କ କାର୍ୟ୍ୟରେ ସନ୍ତୋଷ ପ୍ରକଟ କରିଛନ୍ତି । ଓଡ଼ିଶାର ଯେତିକି ଲୋକ ସର୍ଭେରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ୩୪.୨ ପ୍ରତିଶତ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଦକ୍ଷତା ଓ କାର୍ୟ୍ୟକଳାପରେ ଖୁସି ଅଛନ୍ତି । ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋହନଙ୍କ ଠାରୁ ପଛରେ ଅଛନ୍ତି । ମମତା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନବମ ସ୍ଥାନରେ ରହିଛନ୍ତି । ଦେଶର ବଡ଼ ରାଜ୍ୟର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଦ୍ୱିତୀୟ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ତୃତୀୟ ସ୍ଥାନ ମିଳିଛି । ୪ର୍ଥ ସ୍ଥାନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ୫ମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିଲା ବେଳେ ୬ଷ୍ଠ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୭ମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ୧୦ ସ୍ଥାନରେ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ।

୨୦୨୪ ନିର୍ବାଚନରେ ବିଜେପି ଅବିଶ୍ୱସନୀୟ ସଫଳତା ପାଇ କ୍ଷମତାକୁ ଆସିଲା । ବିଜେପି ହାଇକମାଣ୍ଡ ଭରସା କରି ମୁଖ୍ୟମନ୍ତ୍ରୀ ଭାର ମୋହନଙ୍କୁ ଦେଲେ । ପ୍ରଶାସନିକ ଅଭିଜ୍ଞତା ନଥାଇ ମଧ୍ୟ ୧୪ ମାସ ମଧ୍ୟରେ ସରକାରକୁ ଲୋକଙ୍କ ସରକାର ଓ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ କରାଇବାରେ ସେ ସଫଳ ହୋଇଛନ୍ତି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ