ଦଳୀୟ ନେତ୍ରୀଙ୍କ ଅଭିଯୋଗ: ଝାରସୁଗୁଡାରେ ଭାଙ୍ଗିଯିବ ବିଜେଡି

ବ୍ରଜରାଜନଗର: ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ଆସିଥିବା ବେଳେ ନବୀନ ନିବାସରୁ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ଆଜି ଦଳୀୟ ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ଜାରି କରି ଯାଜ୍ଞସେନୀ କହିଥିଲେ, ବିଜେଡି ଲୋକ ଏଠାରେ ବିଜେତି ନେତାଙ୍କ ବିରୋଧରେ କାମ କରୁଛନ୍ତି । ଏମିତି ହେଲେ ଝାରସୁଗୁଡାରେ ବିଜେଡି ଭାଙ୍ଗିଯିବ । ଆଦିବାସୀ ମହିଳା ହୋଇଥିବାରୁ ହଇରାଣ କରାଯାଉଥିବା କହିଥିଲେ ଯାଜ୍ଞସେନୀ ।
ଅନାସ୍ଥା ପଛରେ ଦୀପାଳିଙ୍କର ହାତ ଥିବା ଅଭିଯୋଗ ପରେ ନବୀନ ନିବାସରୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ନବୀନ ନିବାସରେ ସୁପ୍ରିମୋଙ୍କ ଉପସ୍ଥିତିରେ ଦୀପାଳିଙ୍କୁ ବୁଝାଇବାକୁ ଉଦ୍ୟମ ହେଉଥିବା କୁହାଯାଉଛି । ତେବେ ନବୀନ ନିବାସରେ ବ୍ରଜରାଜନଗର କଳି ପହଞ୍ଚିଥିବା ବେଳେ ଏହାର ସମାଧାନ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା ।
ସେପଟେ ଝାରସୁଗୁଡାରେ ଭାଙ୍ଗିଯିବ ବିଜେଡି। ଏକଥା ଆଉ କେହି ନୁହେଁ ବରଂ ଦଳୀୟ ନେତ୍ରୀ କହିଛନ୍ତି। ବ୍ରଜରାଜନଗର ପୌର ପରିଷଦର ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ମେସେଜ ସେୟାର କରିଛନ୍ତି। ଆଉ କହିଛନ୍ତି, ଦଳରେ ଆଦିବାସୀ ମହିଳାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ।ଏମିତି ହେଲେ ବିଜେଡି ଭାଙ୍ଗିଯିବ । ପୂର୍ବରୁ ଆପଣଙ୍କୁ ଚିଠି ଲେଖିଥିଲି , ପାଇଲେ କି ନାହିଁ ଜାଣି ନାହିଁ । ବିଜେଡି ଲୋକ ଦଳୀୟ ନେତାଙ୍କ ବିରୋଧରେ କାମ କରିବା କେତେଦୂର ଠିକ ? ବିଜେଡି ଯଦି ଲୋକଙ୍କର ବିକାଶ ଚାହୁଁଛି ତେବେ ଏହି ଅନାସ୍ଥା ପ୍ରସ୍ତାବ ଆସିବା କଥା ନୁହେଁ । ଯଦି ମୁଁ ଦୁର୍ନୀତି କରୁଛି ତଦନ୍ତ କରନ୍ତୁ, ସତ ମିଛ ଜଣାପଡିବ ।ଯଦି ବିଜେଡି ପରିବାରର ହୋଇ ବିଜେଡି ପରିବାର ସଦସ୍ୟଙ୍କ ପଛରେ ପଡିବେ ତେବେ ବିଜେଡିର ଭବିଷ୍ୟତ ଅନ୍ଧାର ହୋଇଯିବ । ବ୍ରଜରାଜନଗର ପୌରପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆସିବା ପରେ ଏଭଳି ଅଭିଯୋଗ କରିଛନ୍ତି ଯାଜ୍ଞସେନୀ । ଦଳୀୟ ନେତ୍ରୀ ଦୀପାଳି ଦାସଙ୍କ ସହଯୋଗରେ ଏଭଳି ଅନାସ୍ଥା ଅଣାଯାଇଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ବିଜେଡି ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି ଯାଜ୍ଞସେନୀ ।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି