ଦାମୀ ଔଷଧ ଲେଖିଲେ ଡାକ୍ତରଙ୍କ ବିରୋଧରେ ହେବନି ଫୌଜଦାରୀ ମାମଲା:ହାଇକୋର୍ଟ

କଟକ: ଦାମୀ ମେଡିସିନ ଲେଖୁଥିଲେ ଡାକ୍ତରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ । ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ବିଶେଷକରି ଯଦି କୌଣସି ଡାକ୍ତର ଦାମୀ ମେଡିସିନ୍ ଲେଖୁଥିଲେ କିମ୍ବା କୌଣସି ମେଡିସିନ କମ୍ପାନୀ ଦ୍ୱାରା ଆୟୋଜିତ ସେମିନାର୍‌ରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଦୋଷୀ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏଥି ସହ ଆଚାର୍ୟ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ରର ଡାକ୍ତର ଦମ୍ପତି ପ୍ରଫେସର ଡାକ୍ତର ସୁରେନ୍ଦ୍ରନାଥ ସେନାପତି ଏବଂ ଡାକ୍ତର ଦୀପ୍ତିରାଣୀ ସାମନ୍ତଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ରଦ୍ଦ କରି ଦେଇଛନ୍ତି କୋର୍ଟ ।ମାମଲା ବିବରଣୀରୁ ଜଣା ପଡ଼ିଛି ଯେ, ଉଭୟ ଡାକ୍ତର ଦମ୍ପତି ଆଚାର୍ୟ୍ୟ ହରିହର କର୍କଟ ଚିକିତ୍ସା ପ୍ରତିଷ୍ଠାନରେ କାର୍ୟ୍ୟରତ ଥିଲେ । ଏହି ସମୟରେ ଏକ ଫାର୍ମା କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଡାକ୍ତର ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏପରିକି ଏହି ଘଟଣାରେ ଡାକ୍ତର ସୁରେନ୍ଦ୍ରନାଥ ସେନାପତିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହି ମାମଲାରେ ସେ ଜାମିନ ପାଇଥିଲେ ।୨୦୧୬ ମସିହାରେ ଭିଜିଲାନ୍ସ ଡାକ୍ତର ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଭିଜିଲାନ୍ସ ମାମଲାକୁ ଚାଲେଞ୍ଜ କରି ଉଭୟ ଡାକ୍ତର ଦମ୍ପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ କୌଣସି ପ୍ରାଥମିକ ତଦନ୍ତ ବିନା ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯେକୌଣସି ଘଟଣାରେ ପ୍ରାଥମିକ ତଦନ୍ତ କରାଯିବା ବାଧ୍ୟତାମୂଳକ ରହିଛି । ଆବେଦନକାରୀ ଡାକ୍ତର ଦମ୍ପତି ଯେହେତୁ ପ୍ରସିଦ୍ଧ ଡାକ୍ତର ତେଣୁ ସେମାନଙ୍କ କ୍ଷେତ୍ରରେ ବିଶେଷଜ୍ଞଙ୍କ ଦ୍ୱାରା ଅଭିଯୋଗର ପ୍ରାଥମିକ ତଦନ୍ତ କରାଯିବାର ନିହାତି ଆବଶ୍ୟକତା ଥିଲା । ମାତ୍ର ଭିଜିଲାନ୍ସ ପକ୍ଷରୁ ସଠିକ ଢଙ୍ଗରେ ତଦନ୍ତ କରାଯାଇନାହିଁ ।ସେହିପରି ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ । କାରଣ ଡାକ୍ତରଙ୍କ କର୍ତ୍ତବ୍ୟ ହେଉଛି ଜଣେ ରୋଗୀଙ୍କୁ ସଠିକ ଚିକିତ୍ସା କରିବା । ସେହିପରି ଜଣେ ଡାକ୍ତର ଚିକିତ୍ସା କରିବା ସମୟରେ କିଏ ଧନୀ ଆଉ କିଏ ଗରିବ ତାକୁ ଵିଚାର କରିବା କରିପାରିବନାହିଁ । ସମସ୍ତ ରୋଗୀଙ୍କୁ ସବୁଠାରୁ ଭଲ ମେଡିସିନ୍ ଯୋଗାଇଦେବା ରାଜ୍ୟ ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଅଟେ । ଡାକ୍ତର ମାନେ ଯଦି ଏକ ନିର୍ଦ୍ଦିଷ୍ଟ ଔଷଧ ଲେଖନ୍ତି ଏବଂ ଏହା ଦ୍ୱାରା ଯଦି ଫାର୍ମା କମ୍ପାନୀ ଲାଭବାନ ହେଉଛି ସେଥିପାଇଁ ଡାକ୍ତରଙ୍କୁ ଦାୟୀ କରାଯାଇ ପାରିବନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏହି କ୍ରମରେ ଡାକ୍ତର ଦମ୍ପତିଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ